ବାର୍ଷିକ ମରାମତି ପାଇଁ ରିଫାଇନାରୀ ସଟ୍ ଡାଉନ୍ ଘୋଡଣା କଲେ କର୍ତ୍ତୃପକ୍ଷ

ପାରାଦ୍ୱୀପ, (ପୀତବାସ ପ୍ରଧାନ):ବାର୍ଷିକ ମରାମତି ନିମନ୍ତେ ପାରାଦ୍ୱୀପ ରିଫାଇନାରୀ କୁ ସଟ୍‌ଡାଉନ୍ କରାଯାଇଥିବା ସଂପର୍କରେ ରିଫାଇନାରୀ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ ଜାରୀ କରାଯାଇଛି । ରିଫାଇନାରୀ ସଟଡାଉନ୍ ହେବା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ଉନ୍ମୋଚନ କରିଛନ୍ତି ନିର୍ବାହୀ ନିର୍ଦ୍ଦେଶକ ତଥା ରିଫାଇନାରୀ ମୁଖ୍ୟ ଟିଡିଭିଏସ୍ ଗୋପାଳକ୍ରିଷ୍ଣା କୋଭିଡ୍ ମହାମାରୀ ସମୟରେ ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ମୁକ୍ତ ସଟଡାଉନ୍‌ରେ ମରାମତି କାର୍ଯ୍ୟ କରାଯିବ । ଗତ ୨୦୧୮ ମାର୍ଚ୍ଚରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ମରାମତି ଆବଶ୍ୟକତା ଥିଲା । ଲଗାତର ଭାବେ ଦୁଇବର୍ଷ ନିରବଚ୍ଛିନ୍ନ ଭାବେ ବିଭିନ୍ନ ୟୁନିଟ୍ କାର୍ଯ୍ୟକରୁଛି । ତେଣୁ ଏହାର ମୁଖ୍ୟ ଯନ୍ତ୍ରପାତିର ମରାମତି ହେବା ନିତ୍ୟାନ୍ତ ଜରୁରୀ ଥିଲା । ତେଣୁ କର୍ତ୍ତୃପକ୍ଷ ମରାମତି ନିମନ୍ତେ ସଟ୍‌ଡାଉନ୍ ଦରକାର ପଡୁଥିଲା । ଗତ ଏପ୍ରିଲ୍ ଠାରୁ ସଟ୍‌ଡାଉନ ନିମନ୍ତେ ଯୋଜାନ ହୋଇଥିଲା । କରୋନା ପାଇଁ ଦେଶରେ ସଟଡାଉନ୍ ହେବାରୁ ପାରାଦ୍ୱୀପ ରିଫାଇନାରୀରେ ସଟ୍‌ଡାଉନ୍ ପାଇଁ ବିଳମ୍ବ ହୋଇଥିଲା । ଦେଶରେ ପ୍ରତ୍ୟହ ରନ୍ଧଗ୍ୟାସର ଆବଶ୍ୟକତା ରହିଛି । ଖାଉଟିଙ୍କ ସ୍ୱାର୍ଥରେ ଯେପରି ଆଞ୍ଚ ନ ଆସେ ତାକୁ ମଧ୍ୟ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇଛନ୍ତି । ୧୫ ଏମ୍‌ଏମ୍‌ଟି ପିଏ ପେଟ୍ରୋଲିୟମ୍ ଉତ୍ପାଦର ଆବ୍ୟାକତା ଥିବା ବେଳେ ପାରାଦ୍ୱୀପ ରିଫାଇନାରୀ ତାକୁ ଗୁରୁତ୍ୱର ସହ ନେଇଛି । କେବେଳ ଦେଶରେ ନୁହେଁ ବିଦେଶକୁ (ବାଂଲା ଦେଶ) ମଧ୍ୟ ପେଟ୍ରୋଲିୟମ ଉତ୍ପାଦନ ରତ୍ପାନୀ କରିଛି । ବର୍ତ୍ତମାନ ପରିସ୍ଥିତିରେ ବାହାର ରାଜ୍ୟରୁ ଆସିଥିôା ଶ୍ରମିକ ମାନଙ୍କୁ ଆଇଓସିଏଲ କୋଭିଡ୍ କେୟାର ସେଣ୍ଟର ରେ ରଖାଯାଉଛି । ଯେଉଁମାନଙ୍କର ଲକ୍ଷଣ ଦେଖାଦେଉଛି ସୋମାନଙ୍କର ଚିକିତ୍ସା କରାଯାଉଛି । ବାହାର ରାଜ୍ୟର ଶ୍ରମିକଙ୍କୁ ୧୪ ଦିନିଆ କ୍ୱାରେନ୍‌ଟାଇନ୍‌ରେ ରଖାଯିବାର ବ୍ୟବସ୍ଥା ହୋଇଛି । ସ୍ଥାନୀୟ ଶ୍ରମିକ ମାନେ ଯଦି ବାହାର ରାଜ୍ୟ ଶ୍ରମିକ (କୋରୋନା ସଂକ୍ରମତି)ଙ୍କ ସଂପ୍ପର୍ଶରେ ଆସିନ୍ତି ତେବେ ତାଙ୍କୁ ପଞ୍ଚାୟତ ସ୍ତରୀୟ ଟିଏମ୍‌ସି ରେ ରଖାଯିବ ଏବଂ ରିଫାଇନାରୀ ବ୍ୟୟଭାର ବହନ କରିବ । ଏଦିଗରେ ପୂର୍ଣ୍ଣ ସହ ଯୋଗ ନିମନ୍ତେ ଶ୍ରୀ ଗୋପାଳକିଷ୍ଣା ନିବେଦନ କରିଛନ୍ତି ବୋଲି ରିଫାଇନାରୀ କର୍ତ୍ତୃପକ୍ଷ ପ୍ର୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ