ବାର୍ହା ଫାସରେ ଲାଗି ସାନ ଭାଇ ମୃତ୍ୟୁ ବଡ ଭାଇ ଗୁରୁତ୍ତର

ଛତ୍ରପୁର, (ଦେବଦତ୍ତ ମହାରଣା):ରମ୍ଭା ଥାନା,ଗଞ୍ଜାମ ବ୍ଲକ ଅନ୍ତର୍ଗତ ଗଡ଼ହୁମ୍ମା ରେ ଏକ ଅଭାବନୀୟ ଘଟଣାକ୍ରମେ ବାର୍ହା ଫାସରେ ଲାଗି ସାନ ଭାଇ ର ମୃତ୍ୟୁ ଘଟିଥିବା ବେଳେ ବଡ ଭାଇ ଗୁରୁତ୍ତର ଆହତ ହୋଇଥିବା ଜଣାପଡିଛି। ମୁତକ ଜଣଙ୍କ ହେଲେ ଶଶୀ ଜେନାଙ୍କ ମଝିଆ ପୁଅ ଲକ୍ଷ୍ମଣ ଜେନା(28) ଓ ବଡ଼ ପୁଅ ରାଜୁ ଜେନା (30)। ଗ୍ରାମାରେ ଦୁଇ ପରିବାର ମଧ୍ୟରେ ଝଗଡା ହେବା ପରେ ଶଶୀ ଜେନା ଙ୍କ ପରିବାର ପକ୍ଷରୁ ଅନ୍ୟ ପରିବାର କୁ ଆକ୍ରମଣ କରାଯାଇଥିଲା। ଯାହାକୁ ନେଇ ଆକ୍ରମଣ ର ଶିକାର ହୋଇଥିବା ପରିବାର ପକ୍ଷରୁ ହୁମ୍ମା ଫାଣ୍ଡିରେ ଏତେଲା ଦିଆଯାଇଥିଲା। ଅପରାହ୍ନ ରେ ପୋଲିସ ଭୟରେ ଲକ୍ଷ୍ମଣ ଓ ରାଜୁ ଦୁଇ ଭାଇ ନିକଟସ୍ଥ ପାହାଡ଼ ରେ ଲୁଚିବାକୁ ଯାଇଥିବା ବେଳେ ପୂର୍ବରୁ ବାରହା ଶିକାର କରିବା ପାଇଁ ବିଛା ଯାଇଥିବା ବିଦ୍ୟୁତ ଫାସରେ ଦୁଇ ଭାଇ ଫସି ଯାଇଥିଲେ। ଘଟଣା ସ୍ଥଳରେ ଗୋଟିଏ ଭାଇ ମୃତ୍ୟୁ ଘଟିଥିବା ବେଳେ ବଡ଼ଭାଇ ରାଜୁ ଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ରେ ପ୍ରଥମେ ଛତ୍ରପୁର ଗୋଷ୍ଟି ସ୍ବାସ୍ତ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳ ରେ ସ୍ଥାନୀୟ ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ କରୁଥିବା ଜଣା ପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ