ବାର୍ହା ଉପଦ୍ରବରେ ପନିପରିବା ଫସଲ ନଷ୍ଟ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ବାର୍ହା ଉପଦ୍ରବ ଯୋଗୁଁ ଛତ୍ରପୁର ବ୍ଲକ ଅଧୀନ ପୋଡାପଦର ପଞ୍ଚାୟତ ବଡଶଙ୍ଖ ନିକଟରେ ଥିବା ବହୁ ପନିପରିବା ଫସଲ ନଷ୍ଟ ହୋଇଛି । ଫଳରେ ପଞ୍ଚାୟତର ବହୁ ଚାଷୀର ଚିନ୍ତା ବଢାଇ ଦେଇଛି । ଚାଷୀ ବି.କାଣ୍ଡେସୁଙ୍କ ୩ ଭରଣ ଚାଷଜମିରେ ପନିପରିବା ଫସଲକୁ ବାରହା ସଂପୂର୍ଣ୍ଣ ଭାବେ ନଷ୍ଟ କରିଥିବା ବେଳେ ଗ୍ରାମର ଅନ୍ୟ କେତକ ଚାଷୀଙ୍କ ମଧ୍ୟ ପନିପରିବା ଫସଲ ନଷ୍ଟ ହୋଇଥିଲା । ବାର୍ହାକୁ ଅଞ୍ଚଳରେ ଘଉଡାଇବା ନିମନ୍ତେ ବନବିଭାଗ ପକ୍ଷରୁ ପଦକ୍ଷେପ ନେବା ସହତି କ୍ଷତିଗ୍ରସ୍ତ ଚାଷୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସହାୟତା ଯୋଗାଇବା ପାଇଁ ପୋଡାପଦର ଗ୍ରାମର ଏନ୍.ରାଜା ରାଓ ଦାବି କରିଛନ୍ତି ।