ବାର୍ ଆସୋସିଏସନ ତରଫରୁ ବାର୍ଷିକ ‘କାକର’ କବିତା ପାଠୋତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭୁବନେଶ୍ୱର ଓକିଲ ସଂଘର ସଭାଗୃହରେ ଆଇନଜୀବୀ ଶ୍ରୀଯୁକ୍ତ ଗୋବିନ୍ଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ‘କାକର’ କବିତାର ବାର୍ଷିକ ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ ଉତ୍ସବରରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ଶ୍ରୀଯୁକ୍ତ ରାମଶଙ୍କର ହୋତା ମୁଖ୍ୟ ଅତିଥି, ଶ୍ରୀଯୁକ୍ତ ସତ୍ୟବ୍ରତ ତ୍ରିପାଠୀ (କୁନା) ମୁଖ୍ୟବକ୍ତା, କବି ଡଃ କୁଳାଙ୍ଗାର, କବୟିତ୍ରୀ ଶ୍ରୀମତୀ ଗୀତାଞ୍ଜଳି ପଣ୍ଡା, ଅଧ୍ୟାପିକା ଶ୍ରୀମତୀ ସଂଘମିତ୍ରା ଭଞ୍ଜ ଏବଂ କବି ଶ୍ରୀଯୁକ୍ତ ଭିକାରୀ ଧଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉତ୍ସବରେ ଭୁବନେଶ୍ୱର ଓକିଲ ସଂଘର ସମ୍ପାଦକ ଶ୍ରୀଯୁକ୍ତ ରାଜ କିଶୋର ଦାସ ସବୁପ୍ରକାର ତତ୍ତ୍ୱାବଧାନ କରିଥିଲେ ଏବଂ ଓକିଲ ସଂଘର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଲିଙ୍ଗରାଜ ମହାରଣାଙ୍କ ସହିତ ପରିଚାଳନା ସମିତି ସଭ୍ୟ ଶ୍ରୀଯୁକ୍ତ ସୁରେଶ କୁମାର ଦାସଙ୍କୁ ସହାୟତା କରିଥିଲେ । ଶତାଧିକ ଆଇନଜୀବୀ, କବି ଓ କବୟିତ୍ରୀ ଏହି ଉତ୍ସବରେ ସ୍ୱରଚିତ କବିତା ପାଠ କରିଥିଲେ । ‘କାକର’ ପରିବାର ତରଫରୁ ଡଃ ଶ୍ରୀମତୀ ସ୍ମିତା କାନୁନଗୋ, ଶ୍ରୀଯୁକ୍ତ ଶ୍ରୀମନ୍ତ ସାମନ୍ତରାୟ ଓ ଶ୍ରୀଯୁକ୍ତ ସୁଶିଲ କୁମାର ଛୁଆଳସିଂହ ଏଥିରେ ସଂଯୋଜନା କରିଥିଲେ । ଭୁବନେଶ୍ୱର ଓକିଲ ସଂଘ ତରଫରୁ ୧୫ଜଣ ନବନିଯୁକ୍ତ ସରକାରୀ ଓକିଲଙ୍କୁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଯୁଗ୍ମ ସମ୍ପାଦକ ଅଶୋକ ବଡ଼ପଣ୍ଡା, କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ସୁରେଶ କୁମାର ଦାସ ସହାୟତା କରିଥିଲେ । କାର୍ଯ୍ୟକ୍ରମରେ ଓକିଲ ସଂଘର ସମସ୍ତ ଆଇନଜୀବୀଙ୍କ ସମେତ ମାଧବାନନ୍ଦ ଜେନା, ଅରୁଣ ଚାନ୍ଦ, ଶିତାଂଶୁ ମୋହନ ଦ୍ୱିବେଦୀ ଏବଂ ୫୦୦ରୁ ଉର୍ଦ୍ଧ୍ୱ ଆଇନଜୀବୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଓକିଲ ମହାସଂଘର ଉପସଭାପତି ଶ୍ରୀଯୁକ୍ତ ଦେବୀ ବାରିକ ସ୍ୱାଗତ ଭାଷଣ ଦେଇଥିଲା ବେଳେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଦାତାରାମ ଅଶୋକ କୁମାର ମଙ୍ଗରାଜ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


