ବାର୍ ଆସୋସିଏସନ ତରଫରୁ ମହାତ୍ମା ଗାନ୍ଧୀ ଏବଂ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱର ଓକିଲ ସଂଘ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ମହାନ୍ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡଃ ଏସ୍‌. ମୁରଲୀଧର ଏବଂ ବିଚାରପତି ଶ୍ରୀଯୁକ୍ତ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଡଃ ଏସ୍‌. ମୁରଲୀଧର କହିଥିଲେ ‘ଜାତିର ପିତା ମହାତ୍ମା ଗାନ୍ଧୀ ଥିଲେ ଅହିଂସାର ପୂଜାରୀ, ଆଜି ଭଳି ପବିତ୍ର ଦିବସରେ ଆମ୍ଭେମାନେ ଶପଥ ନେବା ଯେ ମହାତ୍ମା ଗାନ୍ଧୀଙ୍କ ମାର୍ଗ ଅନୁସରଣ କରି ଦେଶକୁ ଅହିଂସା ମାର୍ଗରେ ଆଗେଇନେବା ।’ସେ ଆହୁରି ମଧ୍ୟ କହିଥିଲେ ଯେ, ‘ଆଇନଜୀବୀ ମାନଙ୍କର ସମାଜ ପ୍ରତି ଗୁରୁଦାୟିତ୍ୱ ଓ ଭୂମିକା ରହିଛି ଏବଂ ଆଗକୁ ମଧ୍ୟ ରହିଥିବ । ଏହା ପରେ ଉଭୟ ବିଚାରପତି ନୂତନ ଭୁବନେଶ୍ୱର ଜୁଡ଼ିସିଆଲ କମ୍ପେ୍ଲକ୍ସକୁ ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଓକିଲ ସଂଘର ସଭାପତି ରବିନାରାୟଣ ସାମନ୍ତରାୟ, ସମ୍ପାଦକ ରାଜ୍‌କିଶୋର ଦାସ, ଉପସଭାପତି ଅଭିମନ୍ୟୁ ସ୍ୱାଇଁ, କୋଷାଧ୍ୟକ୍ଷ ଦିବାକର ମିଶ୍ର, ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, ସହ ସମ୍ପାଦକ ରାଜେନ୍ଦ୍ର କୁମାର ଦାସ ଏବଂ କାର୍ଯ୍ୟକାରୀ ସଦସ୍ୟ ସବ୍ୟସାଚୀ ସୂତାର, ବିମଳ କିଶୋର ଦାସ, ଚିତ୍ରସେନ ଶ୍ରୀଚନ୍ଦନଙ୍କ ସମତେ ଭୁବନେଶ୍ୱର ବହୁ ବିଚାର ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ