ବାର୍ ଏସୋସିଏସନ୍ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ
ହିଞ୍ଜିଳିକାଟୁ (ଶେଷଦେବ ସାହୁ): ହିଂଜିଳିକାଟୁ ବାର୍ ଏସୋସିଏସନ୍ କର୍ମକର୍ତା ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟ ଶେଷ ହୋଇଛି । ପୂର୍ବରୁ ୩ ବର୍ଷକୁ ଥରେ ନିର୍ବାଚନ ହେଉଥିବା ବେଳେ ସଂଶୋଧିତ ନିୟମ ଏବଂ ଓଡ଼ିଶା ରାଜ୍ୟ ବାର୍ କାଉନସିଲ ନିର୍ଦ୍ଦେଶାନୁସାରେ ସମଗ୍ର ରାଜ୍ୟରେ ପ୍ରତ୍ୟେକ ଜିଲ୍ଲା ଓ ପ୍ରତ୍ୟେକ ବାର୍ ଏସୋସିଏସନରେ ପ୍ରତିବର୍ଷ ମାର୍ଚ୍ଚମାସ ଶେଷ ଶନିବାରରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ଏହି କ୍ରମରେ ଚଳିତ ମାସ ୨୮ ତାରିଖରେ ନିର୍ବାଚନ ପାଇଁ ଧାର୍ଯ୍ୟ ହୋଇଥିବା ଜଣାପଡ଼ିଛି । ଏ ନେଇ ବିଭିନ୍ନ ପଦ ପଦବୀ ପାଇଁ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମ ଶେଷ ହୋିଛି । ସଭାପତି ପଦବୀ ପାଇଁ ୩ଜଣ ପ୍ରାର୍ଥୀ ଆଇନଜୀବି ରାମଚନ୍ଦ୍ର ମହାପାତ୍ର, ଶାନ୍ତନୁ ପୋଲାଇ ଓ ପ୍ରମୋଦ ଦଳାଇ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଉପସଭାପତି ପଦବୀ ସକାଶେ ଜଣେ ମାତ୍ର ପ୍ରାର୍ଥୀ ଭାବେ ଉପେନ୍ଦ୍ର ପଣ୍ଡା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମ୍ପାଦକ ପଦବୀ ସକାଶେ ୨ଜଣ ସୁଶାନ୍ତ କୁମାର ପାଣିଗ୍ରାହୀ ଓ ମାନସ ରଂଜନ ପାଢି ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସହ ସମ୍ପାଦକ ପଦବୀ ସକାଶେ ମହେନ୍ଦ୍ର କୁମାର ପାତ୍ର ଓ ବଂଶୀଧର ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କୋଷାଧ୍ୟକ୍ଷ ପଦବୀ ସକାଲେ କୌଣସି ଆଇନଜୀବି ନାମାଙ୍କନ ପତ୍ର ଦାଖଲ କରିନଥିବା ନିର୍ବାଚନ ଅଧିକାରୀ ମୁକ୍ତରାମ ସାବତଙ୍କ ଠାରୁ ସୂଚନା ମିଳିଛି । ଓକିଲଙ୍କସମସ୍ୟା ସମାଧାନ ପ୍ରତି ବିଶେଷ ଗୁରୁତ୍ୱ ଦେଇ ଆସିଥିବା ପ୍ରାର୍ଥୀ ମାନଙ୍କୁ ସେମାନେ ବାଛିବେ ବୋଲି କେତେକ ଆଇନଜୀବି ସୂଚନା ଦେଇଛନ୍ତି ।