ବାର୍ ହା ଆକ୍ରମଣ ରେ ବୃଦ୍ଧ ଆହତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଭଞ୍ଜନଗର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ହରିଗଡ଼ ଗ୍ରାମ ପଂଚାୟତ ର ଗୋଳାବନ୍ଧ ଗ୍ରାମର ଦୁତିୟା ନାୟକ (୭୨) ସକାଳ ସମୟରେ ଗାଧେଇ ସାରି ନିଜ ଘରକୁ ଫେରିବା ବେଳକୁ ହଠାତ ରାସ୍ତା କଡରୁ ଏକ ବାର୍ ହା ବାହାରି ତାଙ୍କୁ କାମୁଡି ପକାଇଥିଲା। ସେହି ସମୟରେ ରାସ୍ତାରେ ଯାଉ ଥିବା ଅନ୍ୟ ଜଣେ ଯୁବକ ଦୁତିୟା ଙ୍କ ଚିତ୍କାର ଶୁଣି ବାର୍ ହା କୁ ଘଉଡାଇବା ପାଇଁ ଆସିଥିଲେ କିନ୍ତୁ ବାରହା ସେହି ଯୁବକ ଜଣଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଏହା ପରେ ଗ୍ରାମର ଅନ୍ୟ ଲୋକମାନେ ଆସିଯିବାରୁ ବାରହା ଟି ସେଠାରୁ ପଳାଇ ଯାଇଥିଲା। ଆହତ ଅବସ୍ଥାରେ ୨ଜଣଙ୍କୁ ଭଞ୍ଜନଗର ମେଡ଼ିକାଲ କୁ ଆଣାଯାଇ ଚିକିତ୍ସା କରାଯାଇଥିବା ବେଳେ ୨ଜଣ ଯାକ ସୁସ୍ଥ ଥିବା ସୂଚନା ମିଳିଛି


