ବାର କୋଟିରୁ ଉର୍ଦ୍ଧ୍ୱ ଗଂଜେଇ ଗଛ ନଷ୍ଟ
ମୋହନା,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ପଂଚାୟତ ପୁରୁଣା ସାଇକେଲ ଜଙ୍ଗଲରେ ଅଡବା ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ କରି ପ୍ରାୟ ୧୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଂଜେଇ ଗଛ କାଟି ନଷ୍ଟ କରିଛି । ଏହି ଚଢାଉ ଏସପି ଶାରାଶର୍ମାଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା ।ଏହି ଚଢାଉ କାର୍ଯ୍ୟକ୍ରମରେ ଆଲୋକ ରଂଜନ ଜଗଦଲା,ଅବକାରୀ ଏସଆଇଡି ସୁରିବାବୁ ମିଳିତ ଚଢାଉ କରାଯାଇଥିଲା । ନଷ୍ଟ କରିଥିବା ଗଂଜେଇ ଗଛର ଆନୁମାନିକ ମୁଲ୍ୟ ୨ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କାର ଗଛ ନଷ୍ଟ କରାଯାଇଥିବା ଅନୁମାନ କରିଛି ବିଭାଗ ।