ବାଲକୋନି ପେଣ୍ଟିଂ କଲେ ସୈଫ ଓ ତୈମୁର

ଲକଡାଉନରେ ଘରେ ସମୟ ବିତାଉଥିବା ସୈଫ ଅଲ୍ଲୀ ଖାନ ନିଜ ବାଲକୋନିକୁ ଫୁଲର ଫେଣ୍ଟିଂରେ ସଜାଉଥିବା ଦେଖିବାକୁ ମିଳିଛି । ଏହି ଫଟୋକୁ କରିନା ସେୟାର କରିଛନ୍ତି । ସୈଫ ଧଳା କୁର୍ତ୍ତା ପାଇଜାମା ଓ ମୁଣ୍ଡରେ କପଡ଼ା ବାନ୍ଧି ନିଜ ବାଲକୋନିରେ ବଡ଼ ନୀଳ ରଙ୍ଗର ଫୁଲ ଆଙ୍କୁଥିବା ଦେଖିବାକୁ ମିଳିଛି । ଏଥିସହ ତାଙ୍କ ପୁଅ ତୈମୁର ମଧ୍ୟ ତାଙ୍କ ବାଲକୋନି କାନ୍ଥରେ ପେଣ୍ଟିଂ କରୁଥିବା ଦେଖିବାକୁ ମିଳିଛି । ଏହାକୁ ମଧ୍ୟ ସେୟାର କରି ଲେଖିଛନ୍ତି, ଯଦି ତୁମ ସୃଜନତା ଆଗରେ କାନ୍ଥ ବାଟ ଓଗାଳୁଛି, ତେବେ ତା ଉପରେ ପେଣ୍ଟିଂ କର । କରିନାଙ୍କର ଏହି କ୍ୟାପ୍ସନ ଅନେକ ପ୍ରଶଂସକଙ୍କୁ ପସନ୍ଦ ଆସିଛି । ଏହାର ଜବାବରେ ଜଣେ ପ୍ରଶଂସକ କହିଛନ୍ତି ବେବୋ ଆପଣ ଆମକୁ ଏହି କ୍ୟାପ୍ସନ ମାଧ୍ୟମରେ ଶିଖାଇ ଦେଇଛନ୍ତି ଯେ କ୍ୟାପସନଟିଏ କେମିତି ଲେଖାଯିବା ଦରକାର । କରିନା ନିଜ ପରିବାର ମଧ୍ୟରେ ଘଟୁଥିବା ଏହିଭଳି କିଛି ମଜାଦାର କଥା ବାରମ୍ବାର ସେୟାର କରୁଥିବା ଦେଖିବାକୁ ମିଳିଛି । ନିକଟରେ ସେ ନିଜ ପୁଅକୁ ଏକ ଠେକୁଆ ବେଶରେ ସଜେଇଥିବା ବେଳେ ସୈଫ ପୁଅ ପଛରେ ଆଉ ଏ ଦୃଶ୍ୟକୁ ବେଶ ଉପଭୋଗ କରୁଥିବା ଫଟୋରେ ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ