ବାଲାକୋଟରେ ସକ୍ରିୟ ହେଲା  ଜୈସ-ଇ-ମହମ୍ମଦ

ବାୟୁ ସେନା ଦ୍ୱାରା ଆକ୍ରମଣ ପରେ ଦୀର୍ଘ ୬ ମାସ ପରେ ଭାରତ  ଉପରେ ପୁଣି ଥରେ ଆକ୍ରମଣ କରିବା ପାଇଁ ୪୦ ରୁ ୫୦ ପାକିସ୍ତାନି ଆତ୍ମଘାତୀ ଆତଙ୍କବାଦୀ ଭାରତକୁ   ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି । ଆତ୍ମଘାତି  ଆତଙ୍କବାଦୀ ମାନେ ପ୍ରଶିକ୍ଷଣ ପାଇଥିବା ଗୁଇନ୍ଦା ବିଭାଗ ପକ୍ଷରୁ  ସୂଚନା ମିଳିଛି । ଭାରତ କୁ ଅନୁପ୍ରବେଶ କରିବା ନିମନ୍ତେ ଅହରହ ଚେଷ୍ଟା କରୁଥିବା ଜଣାପଡିଛି । ଗ୍ରୃପ ଭିତରେ ଫିଦାୟିନ ଆତଙ୍କବାଦୀ ମଧ୍ୟ ସାମିଲ ହୋଇଥିବା ଜଣାପଡିଛି । ଭାରତ ଉପରେ ପାକିସ୍ତାନ ବାରମ୍ବାର ଆକ୍ରମଣ କରିବା ନିମନ୍ତେ ପ୍ରୟାସ କରୁଥିବା ବେଳେ ଭାରତୀୟ ସେନା ବିଭିନ୍ନ ସମୟରେ ଆତଙ୍କୀ କାର୍ଯ୍ୟକଳାପକୁ ଭଣ୍ଡୁର କରିଛି । ବାଲାକୋଟ ଆକ୍ରମଣ  ଠାରୁ ଭାରତ ମଧ୍ୟରେ ପାକିସ୍ତାନ ରକ୍ତ ଚାଉଳ ଚୋବାଇବା ସହ ଭାରତ ଉପରେ ପ୍ରତିଶୋଧ ନେବା ନିମନ୍ତେ ଅହରହ ପ୍ର୍ରୟାସ ଜାରି ରଖିଛି । କିଛି ଦିନ ପୂର୍ବେ ପାକିସ୍ତାନ ୪ ହଜାର ଆତଙ୍କବାଦୀ ଭାରତ ଭିତରେ ଅନୁପ୍ରବେଶ କରିବା ନିମନ୍ତେ ଚେଷ୍ଟା କରିଥିଲେ ।  ଭାରତୀୟ  ସେନା ତରଫରୁ ସୀମାରେ ଆଲର୍ଟ ଜାରି କରିବା ସହ ଆତଙ୍କୀ ପ୍ରବେଶକ ଭଣ୍ଡୁର କରିଥିଲେ । ଆତଙ୍କବାଦୀ ମାନଙ୍କୁ ପ୍ରଶିକ୍ଷଣ ଦେବା ନିମନ୍ତେ ଆହୁରି ପାକିସ୍ତାନ ପ୍ରୟାସ କରୁଥିବା ସହ ଆତଙ୍କୀ ପ୍ରଶିକ୍ଷଣ ଦେଉଥିବା ଗୁଇନ୍ଦା ରିପୋର୍ଟ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ