ବାଲାସାହେବ ବଞ୍ଚିଥିଲେ ବିଜେପି କ’ଣ ଏମିତି ସାହସ କରିଥାନ୍ତା

ମୁମ୍ବାଇ : ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଏନସିପି ନେତା ରୋହିତ ରାଜେନ୍ଦ୍ର ପାୱାର ବିଜେପି-ଶିବସେନା ମେଣ୍ଟ ଉପରକୁ ପ୍ରବଳ ବର୍ଷିଛନ୍ତି । ସରକାର ଗଠନକୁ ନେଇ ଏନଡିଏ ସହଯୋଗୀ ଦଳ ମଧ୍ୟରେ ଯେଉଁ ଲଢ଼େଇ ଜାରି ରହିଛି ତାହା ଗଣତନ୍ତ୍ର ପାଇଁ ଅପମାନ ବୋଲି ସେ କହିଛନ୍ତି । ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ନାତି ତଥା ରୋହିତ ରାଜେନ୍ଦ୍ର ଆଜି ଏକ ଫେସବୁକ୍ ପୋଷ୍ଟରେ କହିଛନ୍ତି, ସେ ବାଲାସାହେବ ଠାକରେଙ୍କୁ ଖୁବ୍ ସମ୍ମାନ କରନ୍ତି । ଯଦି ଆଜି ବାଲାସାହେବ ବଞ୍ଚିଥାନ୍ତେ ତେବେ ବିଜେପି କ’ଣ ଏମିତି ସାହସ କରିଥାନ୍ତା । ମହାରାଷ୍ଟ୍ର ଲୋକଙ୍କ ଉପରେ ବହୁ ନେତାଙ୍କ ଆର୍ଶୀବାଦ ରହିଛି । ଏମିତି ଜଣେ ନେତା ଥିଲେ ବାଲାସାହେବ ଠାକରେ । କିନ୍ତୁ ବିଜେପି ନିର୍ବାଚନ ପୂର୍ବରୁ ଗୋଟିଏ କଥା କହୁଛି ଏବଂ ନିର୍ବାଚନ ପରେ ଆଉ ଗୋଟିଏ କଥା କହୁଛି । ନିର୍ବାଚନ ପୂର୍ବରୁ ବିଜେପି ଶିବସେନା ସହ ସମାନ ଭାଗରେ କ୍ଷମତା ବାଣ୍ଟିବ ବୋଲି ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଏବେ ବିଜେପି ଏହାର କଥା ବାହାରକୁ ଚାଲିଯାଇଛି ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ