ବାଲିଆଢିପା ଗାଁ ରେ ଦୁଇଟି ପରିବାରର ବାସଗୃହ ନିଆଁରେ ପୋଡ଼ି ଭଷ୍ମିଭୂତ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ ବଣକାଟି ପଞ୍ଚାୟତ ଅନ୍ତର୍ଗତ ବାଲିଆଢ଼ିପା ରାଜସ୍ବ ଗ୍ରାମ ପାରାଉଡ଼ି ସାହିର ଦୁଇ ପରିବାରର ବାସଗୃହ ଆଜି ଦିନ ୧ ଟାଏ ପାଖାପାଖା ସମୟରେ କୌଣସି କାରଣରୁ ନିଆଁ ଲାଗି ଜଳି ଯାଇଥିଲା ଘର ଲୋକ କାମ କରିବାକୁ ଯାଇ ଥିବାରୁ କେହି ନ ଥିଲେ ।ପରେ ଓ୍ବାର୍ଡ ମେମ୍ବର ବିଦ୍ୟାଧର ସୋରେନ ନିଆଁ ଲାଗିଥିଲା ଜାଣି ବିଜାତଳା ଅଗ୍ନିଶମ ବିଭାଗକୁ ଜଣାଇଥିଲେ ।ଅଗ୍ନିଶମ ବିଭାଗ ପହଞ୍ଚିଲା ବେଳକୁ ଘର ଜଳ ଯାଇଥିଲା ଓ ଅଳ୍ପସ୍ବଳ୍ପ ନିଆଁ ଲିଭାଇଥିଲେ । ସୂଚନାଯୋଗ୍ୟ ପାରାଉଡି ଗ୍ରାମର ଅନନ୍ତ ଚରଣ ଟୁଡୁ ଏବଂ ଦୁବରାଜ ବାସ୍କେ ଦୁଇ ପରିବାର ଲୋକେ ଘରେ ନଥିବା ସମୟରେ ନିଆଁ ଲାଗି ଯାଇଥିଲା । ତାଙ୍କର ରୋଷୋଇ ସାମଗ୍ରୀ, ଆସବାବପତ୍ର, ବିଭିନ୍ନ ସରକାରୀ ଓ ବେସରକାରୀ ଦସ୍ତାବିଜ ସଂପୂର୍ଣ୍ଣ ନିଆଁରେ ଜଳି ପାଉଁଶ ହୋଇଯାଇଛି । ସେମାନେ ବାସହରା ହୋଇଯାଇଛନ୍ତି ।ରାତିରେ କ’ଣ ଖାଇବେ? ଖରା, କାଳବୈଶାଖୀ ଯୋଗୁଁ କେଉଁଠି ରାତିରେ ମୁଣ୍ଡ ଗୁଞ୍ଜିବେ! ଚିନ୍ତାରେ ଦୁଇ ପରିବାର ଲୋକ ! ତୁରନ୍ତ ପ୍ରଶାସନ ସହଯୋଗରେ ହାତ ବଢ଼ାଇବାକୁ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି । ନିଆଁ କେମିତି ଲାଗିଲା କାରଣ ଅସ୍ପଷ୍ଟ ଅଛି।