ବାଲିଆପାଳରେ ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣର ୧୮ତମ ସଂସ୍କରଣ, ୭୦୦ ଛାତ୍ରଛାତ୍ରୀ ସାମିଲ

ବାଲିଆପାଳ, (ଯୁଗାବ୍ଦ ନ୍ୟୁଜ):ଟାଟା ଷ୍ଟିଲ୍ ପକ୍ଷରୁ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ସହଯୋଗିତାରେ ଆୟୋଜିତ। ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ)ର ୧୮ତମ ସଂସ୍କରଣରେ ଏସ୍‌ଆର୍ ଉଚ୍ଚ ବିଦ୍ୟାଳୟ, ବାଲିଆପାଳ ଓ ଆରପିଏଚ୍‌ଏସ୍ ଉଚ୍ଚ ବିଦ୍ୟାଳୟ, ଚଉମୁଖର ପ୍ରାୟ ୭୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଟାଟା ଷ୍ଟିଲ୍ ପକ୍ଷରୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନସ୍ଥ ପଠାଣୀ ସାମନ୍ତ ପ୍ଲାନେଟୋରିୟ୍‌ମ, ଭୁବନେଶ୍ୱର ସହଯୋଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମହାକାଶ ବିଜ୍ଞାନକୁ ନେଇ ଉତ୍ସୁକତା ଓ ଉତ୍ସାହ ଜାଗ୍ରତ କରିବା।କାର୍ଯ୍ୟକ୍ରମରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ କୁଇଜ ପ୍ରତିଯୋଗୀତା ଓ ନବମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ମଲ୍ଟିପୁଲ ଚଏସ ଆସେସମେଣ୍ଟ କରଯାଇଥିଲା। ୟାଟ୍‌ସ-୨୦୨୪ର ବିଷୟବସ୍ତୁ ହେଉଛି “ମହାକାଶ ଆପଣଙ୍କ ପରବର୍ତ୍ତୀ ଭ୍ରମଣ ସ୍ଥଳ କି?” ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ଅନୁସନ୍ଧାନ ଏବଂ ସେମାନଙ୍କ ଜ୍ଞାନକୁ ପ୍ରଦର୍ଶିତ କରିବା ଦିଗରେ ଏହା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବ। ୟାଟ୍‌ସ କେବଳ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ଉତ୍ସୁକତାକୁ ସମୃଦ୍ଧ କରେନାହିଁ, ଏହା ବିଭିନ୍ନ ପ୍ରକାର କୁଇଜ ଓ ଅନୁଶୀଳନ ଜରିଆରେ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତାର ଭାବ ଜାଗ୍ରତ କରିଥାଏ।ଜ୍ୟୋତିର୍ବିଜ୍ଞାନ, ଆଷ୍ଟ୍ରୋଫିଜିକ୍ସ ଓ ମହାକାଶ ବିଜ୍ଞାନ ପ୍ରତି କିମ୍ବଦନ୍ତୀ ଓଡ଼ିଆ ଜ୍ୟୋତିର୍ବିଦ୍ ମହାମହୋପାଧ୍ୟାୟ ପଠାଣୀ ସାମନ୍ତଙ୍କ ଅବଦାନକୁ ସମ୍ମାନ ଜଣାଇବା ଲାଗି ଛାତ୍ରଛାତ୍ରୀମାନଙ୍କୁ ୟାଟ୍‌ସ ଏକ ମଞ୍ଚ ପ୍ରଦାନ କରୁଛି। ଓଡ଼ିଶାର ପ୍ରତିିଟି ଜିଲ୍ଲାର ବିଜେତାମାନଙ୍କୁ ୨୦୨୪ ଡିସେମ୍ବର ୧୩ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଗ୍ରାଣ୍ଡ ଫିନାଲେରେ ଭାଗ ନେବା ଲାଗି ଆମନ୍ତ୍ରଣ କରାଯିବ, ଯେଉଁଠାରେ ଶ୍ରେଷ୍ଠ ପ୍ରଦର୍ଶନକାରୀମାନଙ୍କୁ ପୁରସ୍କୃତ କରାଯିବ।ବିଗତ ୧୭ ବର୍ଷରୁ ଅଧିକ ସମୟ ମଧ୍ୟରେ ୟାଟ୍‌ସ ଅନେକ ଯୁବପିଢ଼ିଙ୍କୁ ମହାକାଶ ବିଜ୍ଞାନ କ୍ଷେତ୍ରରେ ଅନୁସନ୍ଧାନ କରିବାକୁ ଉତ୍ସାହିତ କରିଛି। ପୂର୍ବ ସଂସ୍କରଣର ବିଜେତା ଛାତ୍ରଛାତ୍ରୀମାନେ ଅହମ୍ମଦାବାଦସ୍ଥିତ ଇସ୍ରୋର ମହାକାଶ ପ୍ରୟୋଗ କେନ୍ଦ୍ର (ଏସ୍‌ଏସି) ପରିଦର୍ଶନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ