ବାଲିଆରେ ଫ୍ୟାସିଲିଟି ସେଣ୍ଟର ଶୁଭ ଶିଳାନ୍ୟାସ
ବାଲେଶ୍ୱର, (ସରୋଜ ପଣ୍ଡା):ରବିବାର ଦିନ ଦାସ ଘଟିକା ସମୟରେ ବାଲିଆ ପଞ୍ଚାୟତ ଅଫିସ୍ ନିକଟସ୍ଥ କଲ୍ୟାଣ ମଣ୍ଡପ ପରିସରରେ ଏକ ଫ୍ୟାସିଲିଟି ସେଣ୍ଟର ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମ ମାନ୍ୟବର ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି।ଅତିଥି ରୂପେ ବାଲିଆ ସରପଞ୍ଚ ନିତାୟୀ ଚରଣ ନାୟକ,ସମିତି ସଭ୍ୟ ଶିବାନୀ ହାଁସଦା,ନାଏବ ସରପଞ୍ଚ ସୁକାନ୍ତି ନାୟକ,ୱାର୍ଡ ମେମ୍ବର ଭାରତୀ ସିଂ ଇତ୍ୟାଦି ଉପସ୍ଥିତ ଥିଲେ। ବାଲିଆ ପଞ୍ଚାୟତର ବହୁ ଭତ୍ତା ହିତାଧିକାରୀ ଭତ୍ତା ନେବାକୁ ଆସୁଥିବା ବେଳେ ସରପଞ୍ଚ ମହୋଦୟ ବାରମ୍ବାର ସରକାରଙ୍କୁ ବିଡ଼ିଓ ଙ୍କ ଜରିଆରେ ଅବଗତ କରିଥିଲେ। ବିଡ଼ିଓ ମହୋଦୟ ଏ କଥାକୁ ବିଚାରକୁ ନେଇ ଭତ୍ତା ହିତାଧିକାରୀ ବୃଦ୍ଧ,ବୃଦ୍ଧା,ଶାରୀରିକ ଅକ୍ଷମ ଲୋକମାନଙ୍କ ବିଶ୍ରାମ ସ୍ଥଳ ଲାଗି ଏକ ସୁବିଧା କେନ୍ଦ୍ର ବାଲିଆ ଗ୍ରାମପଞ୍ଚାୟତ କୁ ଯୋଗାଇ ଥିବାରୁ ବିଡ଼ିଓ ମହୋଦୟଙ୍କୁ ବହୁତ୍ ଧନ୍ୟବାଦ୍ ଜଣାଇଛନ୍ତି। ବିଧାୟକ ଶ୍ରୀ ଦାସ ସରପଞ୍ଚଙ୍କ କାର୍ଯ୍ୟରେ ଖୁସି ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଆଗାମୀ ଭବିଷ୍ୟତରେ ପଞ୍ଚାୟତରେ ଉନ୍ନତି ପାଇଁ ଯାହା ଯାହା ଆବଶ୍ୟକ ତାହା ମଧ୍ୟ ପୁରାଣ କରିବା ପାଇଁ ଚେଷ୍ଠା କରିବେ ବୋଲି ଉପସ୍ଥିତ ପଞ୍ଚାୟତ ବାସୀଙ୍କୁ କହିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବାଲିଆ ପଞ୍ଚାୟତ ସଭାପତି ବିନୟ କୁମାର ପଡିଆରୀ, ଉପସଭାପତି ରତିକାନ୍ତ ରାଉତ,ୱାର୍ଡ ମେମ୍ବର ତପନ କୁମାର ଦାସ,ଭାରତୀ ସିଂ,ବନମାଳୀ ନାୟକ, ଅପୂର୍ବ ସାହା,ପ୍ରଦୀପ ଦାସ, ସୁଦୀପ ଦାସ,କୁନା ମହାଳିକ,ନରୋତ୍ତମ ଦାସ,ଇତ୍ୟାଦି ପରିଚାଳନା କରିଥିଲେ।


