ବାଲିଆ ବାଣ ବିସ୍ପୋରଣ ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ପାରାଦୀପ ଟ୍ରକ ମାଲିକ ସଙ୍ଘ ପକ୍ଷରୁ ସହଯୋଗ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବାଲିଆ ବାଣ ବିସ୍ପୋରଣରେ ଆହତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଥିବା ସମସ୍ତ ପିଡିତମାନଙ୍କୁ ପାରାଦୀପ ଟ୍ରକ ମାଲିକ ସଙ୍ଘ ସହଯୋଗର ହାତ ବଢାଇଛି । ସଙ୍ଘର ସଭାପତି ସୁମନ୍ତ କୁମାର ବିଶ୍ୱାଳ, ସାଧାରଣ ସମ୍ପାଦକ ରାଜେଶ ମହାନ୍ତି, ଉପସଭାପତି ପ୍ରଦୀପ୍ତ ଗାହାଣ, ଖଗେଶ୍ୱର ଲେଙ୍କା, ସହ ସମ୍ପାଦକ ସମ୍ବିତ ତ୍ରିପାଠୀ, ସୂର୍ଯ୍ୟକାନ୍ତ ପରିଜା, କୋଷାଧ୍ୟକ୍ଷ ସ୍ମୃତିରଞ୍ଜନ ସାମନ୍ତରାୟ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ଆହତମାନଙ୍କ ଭଲମନ୍ଦ ବିଷୟରେ ପଚାରି ବୁଝିବା ସହିତ ସେମାନଙ୍କୁ ସଙ୍ଘ ପକ୍ଷରୁ ସହାୟତା ପ୍ରଦାନ କରିଥିଲେ । ଏଥିସହିତ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସେମାନଙ୍କ ଆଶୁ ଆରୋଗ୍ୟ କାମନା କର ପ୍ରାର୍ଥନା କରିିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହେଶ୍ୱର ପଳାଭର, ରାଜକିଶୋର ଖୁଣ୍ଟିଆ, ଶୁଭାଶିଷ ସାହୁ, ପ୍ରଶାନ୍ତ ସ୍ୱାଇଁ, ଚିନ୍ମୟ କୁମାର ବିଶ୍ୱାଳ, ଦିଲ୍ଲିପ କୁମାର ଜେନା, ସତ୍ୟଜିତ ନାଥ, ରଞ୍ଜିତ କୁମାର ପଲାଇ, ଲୋକନାଥ ସାହୁ, ହିମାଂଶୁ ପଟ୍ଟନାୟକ, ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ସଙ୍ଘର ସଦସ୍ୟମାନେ ଉପସ୍ଥିତ ଥିଲେ ।