ବାଲିଆ ବୋଇତ ବନ୍ଦାଣ କମିଟି ପକ୍ଷରୁ ମୀନାବଜାର ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲିଆ ବୋଇତ ବନ୍ଦାଣ କମିଟି ପକ୍ଷରୁ ୧୫ ଦିନିଆ ଉତ୍କଳ ମୀନାବଜାର ସ୍ଥାନୀୟ କୁକୁଡ଼ାପଦାଠାରେ ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ଅଧୀକ୍ଷଣ ଯନ୍ତ୍ରୀ ଇଂ ଶିଶିର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ମୀନା ବଜାରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ବୋଇତ ବନ୍ଦାଣ କମିଟିର ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ ବୋଲି କହିଥିଲେ । ଏହି ମୀନାବଜାର ଭଳି ପାରମ୍ପାରିକ ମେଳା ଛୋଟ ଛୋଟ ପିଲାଙ୍କ ପାଇଁ ଏକାନ୍ତ ଆବଶ୍ୟକ ଥିବା ବେଳେ କରୋନା ତୃତୀୟ ଲହର ପ୍ରତି ସତର୍କତା ମଧ୍ୟ ନିହାତି ଦରକାର ବୋଲି ସେ ମତ ଦେଇଥିଲେ । ବୋଇତ ବନ୍ଦାଣ କମିଟି ସଭାପତି ପ୍ରଦୀପ ଦାସ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଜିଲା ରକ୍ତଦାତା ସଂଘ ସଭାପତି କମଲ ଚକବର୍ତ୍ତୀ, ମୀନାବଜାର ପ୍ରତିଷ୍ଠାତା ପ୍ରଭାତ କୁମାର ଦାସ, କମିଟି ସମ୍ପାଦକ ଦେବବ୍ରତ ନାୟକ, ଉପ-ସଭାପତି କ୍ରଷ୍ଣା ସାହା, ତପନ କୁମାର ଦାସ, ମଙ୍ଗଳା ଦାସ ପ୍ରମୁଖ ଏଥିରେ ଯୋଗଦେଇ ମୀନାବଜାର ମେଳା ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଦୀର୍ଘଦିନ ପରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଛୋଟ ଛୋଟ ପିଲାଙ୍କ ମନୋରଂଜନ ପାଇଁ ଏହା ଏକ ସୁଯୋଗ ବୋଲି ସେମାନେ କହିଥିଲେ । ତେବେ ତୃତୀୟ ଲହର କରୋନାକୁ ଗୁରୁତ୍ୱ ଦେଇ ସମସ୍ତେ ସାମାଜିକ ଦୂରତା ବଜାୟ ରଖିବା ଓ ମୁହଁରେ ତୁଣ୍ଡି ବାନ୍ଧିବା ଉଚିତ ବୋଲି କାର୍ଯ୍ୟକର୍ତ୍ତା ଓ ଅତିଥିମାନେ ମତ ଦେଇଥିଲେ । ଆସନ୍ତା ୧୪ ତାରଖ ପର୍ଯ୍ୟନ୍ତ ଏହି ମୀନାବଜାର ମେଳା ଚାଲିବ । ପିଲାଙ୍କ ମନୋରଂଜନ ପାଇଁ ବିଭିନ୍ନ ପ୍ରକାର ଦୋଳି, ଝୁଲଣ ସମେତ ମୋଟ ୫୫ଟି ଷ୍ଟଲ ଏଥିରେ ସ୍ଥାପନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ