ବାଲିଆ ଭସାଣୀ ଉତ୍ସବରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ଆଇନଜୀବୀ ଓ ବୁଦ୍ଧିଜୀବୀମାନଙ୍କ ସମୁହ ଦୀପଦାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକର ବାଲିଆ ଠାରେ କାର୍ତ୍ତିକେଶ୍ୱର ମେଢ ଭସାଣି ବେଳେ ଅଘଟଣ ଘଟି ବାଣ ଫୁୁଟି ୪୦ରୁ ଉର୍ଦ୍ଧ୍ୱର୍ ଲୋକ ଆହାତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଲୋକ ଅତ୍ୟନ୍ତ ଗୁରତର ଥାଇ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ସୁସ୍ଥ ଓ ଆଶୁ ଆରୋଗ୍ୟ କାମନା କରି କେନ୍ଦ୍ରାପଡା ଜିଲ୍ଲାର ଆଇନଜୀବୀ ଓ ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ଗରାପୁରସ୍ଥିତ ଦକ୍ଷିଣକାଳୀ ମନ୍ଦିରରେ ସାମୁହିକ ଦୀପ ଦାନ କରାଯାଇଛି । ରାଜ୍ୟ ବିଜେଡି ଲିଗାଲପ୍ରଂଟର କାର୍ଯ୍ୟକାରୀଣୀ ସଦସ୍ୟ ସଞ୍ଜୟ କୁମାର ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଗଗନବିହାରୀ ଜେନା, ରଞ୍ଜନ କୁମାର ପଣ୍ଡା, ରମଣୀ ରଞ୍ଜନ ରାଉତରାୟ, ରମାକାନ୍ତ କାନୁନଗୋ, ସୁବାଷ ଭଦ୍ର, ଅନନ୍ତ ବଲ୍ଳଭ ଶତପଥୀ, ମୋହନ ସାହୁ, ଦିଲିପ ପରିଡା, ଅରୁଣ ପ୍ରସାଦ ଦାସ, ନିରଞ୍ଜନ ବଳ, ଜିଲ୍ଲା ଓକିଲ ସଂଘର ଉପ ସଭାପତି ହାଡିବନ୍ଧୁ ସିଂ, ଶିଶିର ମଲିକ, ମାନସ ରଞ୍ଜନ ଧଳ, ପ୍ରଭାତ ପ୍ରଧାନ, ଅନନ୍ତ ଚରଣ ସାହୁ, ଧରଣୀଧର ସାହୁ ଓ ବୁଦ୍ଧିଜୀବୀ କରୁଣାକର ଦାସ, ନିରଞ୍ଜନ ମେକାପ, ଅକ୍ଷୟପ୍ରିୟ ଦାସ, ଧିରେନ୍ଦ୍ର ଦାସ, କିଶୋର ଚନ୍ଦ୍ର ପ୍ରଧାନ, ବସନ୍ତ ସାହୁ ,ସତ୍ୟବ୍ରତ ସିଂ, ଶ୍ରୀଧର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ, ପିତବାସ ଦାସ ପ୍ରମୁଖ ଯୋଗଦେଇ ମା’ଙ୍କ ନିକଟରେ ସମୁହ ଦୀପଦାନ ପୂର୍ବକ ସମସ୍ତ ଆହତ ବ୍ୟକ୍ତିମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ