“ବାଲିଆ ମାଟିର ସୁଯୋଗ୍ୟ ସନ୍ତାନ” – ଅରବିନ୍ଦ ତ୍ରିପାଠୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-“ରାଜା ସିନା ପୂଜା ପାଏ ଆପଣା ଦେଶରେ । କବି ପୂଜା ପାଉଥାଏ ଦେଶ ବିଦେଶରେ ।” କବିର ପୂଜା ସବୁଠି, ସେ ସବୁରି ଆଦର ପାଇଥାଏ । ମାତ୍ର ଓଡ଼ିଶାର ନେତାଙ୍କ ତୁଳନାରେ କବି ଆଜି ଅଲୋଡ଼ା । ଓଡ଼ିଆ ଜାତି କେତେ ଦିନ ଆଉ ଏ ନେଇ ନୀରବ ରହିବ? ଯେଉଁ କେତେଜଣ ବରପୁତ୍ର ନିଜର ସ୍ୱଅର୍ଜିତ କର୍ମ, ଆଚରଣ, ପାଣ୍ଡିତ୍ୟ, ସଂସ୍କୃତି, ଲୋକଭାଷା, ଲୋକସଂଗୀତ, ପରମ୍ପରାକୁ ବଜାୟ ରଖି ସମାଜର ଉନ୍ନତି ଓ ସର୍ବୋପରି ରାଷ୍ଟ୍ରର ଉନ୍ନତି ପାଇଁ ଅହରହ ଚେଷ୍ଟା କରି ସେଥିରେ ସଫଳ ହୋଇଛନ୍ତି ସର୍ବଦା ମାଟି, ମା’ ଓ ମାତୃଭାଷାର ଉନ୍ନତି ଓ ସୁରକ୍ଷାକୁ ନିଜ ଜୀବନର ବ୍ରତ ବୋଲି ଧରିନେଇଛନ୍ତି ସେହିପରି ଜଣେ ମହାପୁରୁଷ, ସାହିତ୍ୟିକ, ଉଚ୍ଚପ୍ରତିଭା ସମ୍ପନ୍ନ କବି ଅଭିମନ୍ୟୁ ସାମନ୍ତସିଂହାର । ସଂସ୍କୃତି ସମ୍ପନ୍ନ ମାଟି ଯାଜପୁର ଜିଲ୍ଲା ବରି ବ୍ଲକ୍ ଅନ୍ତର୍ଗତ ବାଲିଆ ଗ୍ରାମରେ ୧୭୬୦ ମସିହା ଫେବୃଆରୀ ମାସ ୨୩ ତାରିଖ (ପବିତ୍ର ମାଘଶୁକ୍ଳ ସପ୍ତମୀ)ରେ ଏହି ମହାମାନବ ଭୂମିଷ୍ଠ ହୁଅନ୍ତି ଏବଂ ୧୮୦୬ ମସିହା ଜୁନ୍ ମାସ ୧୫ ତାରିଖ ରଜ ସଂକ୍ରାନ୍ତି ଦିନ ଏହି ମହାନ୍ ବ୍ୟକ୍ତିତ୍ୱଙ୍କର ମାତ୍ର ୪୬ ବର୍ଷ ବୟସରେ ତିରୋଧାନ ହୁଏ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଅଭିମନ୍ୟୁଙ୍କ ପ୍ରତିଭା ପିଲାଟି ଦିନରୁ ଜଣାପଡ଼ିଥିଲା । ମାତ୍ର ୯ ବର୍ଷ ବୟସରେ ସେ କବିତା ଲେଖିବା ଆରମ୍ଭ କରିଥିଲେ ଯାହାକି ବହୁ କମ୍ ବ୍ୟକ୍ତିତ୍ୱମାନଙ୍କ ପାଖରେ ଦେଖାଯାଇଥାଏ । ଧିରେଧିରେ ତାଙ୍କର ପ୍ରତିଭା ଲୋକଲୋଚନକୁ ଆସିଲା । ତାଙ୍କର ଅମର କୃତିମାନଙ୍କ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ କୃତି ହେଲା ବିଦଗ୍ଧ ଚିନ୍ତାମଣି । ଶ୍ରୀକୃଷ୍ଣ ଓ ରାଧାଙ୍କ ପ୍ରେମ ସମ୍ପର୍କରେ ଖୁବ୍ ସୁନ୍ଦର ଭାବରେ ଆଲୋକପାତ କରିଥିଲେ । ସମାଜକୁ ନୂତନ ଦିଗ୍ଦର୍ଶନ, ବାର୍ତ୍ତା ତାଙ୍କ ଲେଖନୀ ମୁନରେ ସେ ପ୍ରଦାନ କରିଅଛନ୍ତି । ଓଡ଼ିଆ ଭାଷାକୁ, ସଂଗୀତକୁ ସଂସ୍କୃତି ପରମ୍ପରା ଲୋକଗୀତ ଇତ୍ୟାଦି ପାଇଁ ସେ ଘରେଘରେ ପରିଚିତ । ତାଙ୍କର କଳାକୃତିମାନଙ୍କ ମଧ୍ୟରେ ରସବତୀ, ସୁଲକ୍ଷଣା, ବାଘଗୀତ, ଚଢ଼େଇଗୀତ, ପ୍ରେମ ଚିନ୍ତାମଣି, ପ୍ରେମକଳା ଇତ୍ୟାଦି ଅନ୍ୟତମ । ସେହି ମହାନ୍ କବିଙ୍କର ପଂକ୍ତିଗୁଡ଼ିକ ଆଜିବି ଜନମାନସରେ ପ୍ରାସଙ୍ଗିକତାର ଗୁରୁତ୍ୱ ବହନ କରେ । ତାଙ୍କ ନାମରେ ୧୯୬୦ ମସିହାରେ ବରି ବ୍ଲକ୍ର ବାଲିଆଠାରେ ଅପର ପ୍ରାଇମେରୀ ସ୍କୁଲ ନାମିତ ହୋଇଥିଲା । ଯାହାକି ଷଷ୍ଠ ଶ୍ରେଣୀଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କକ୍ଷ ରହିଛି । ଆହୁରି ତାଙ୍କ ନାମରେ ମଧ୍ୟ ମହାବିଦ୍ୟାଳୟ ସ୍ଥାପନା କରାଯାଇଛି । ଏଠାରେ ବହୁ ଦୁଃଖ ଓ କ୍ଷୋଭ ସହିତ କୁହାଯାଇପାରେ ଯେ ଏହିସବୁ କଳାକୃତି ଥିବା ମହାପୁରୁଷଙ୍କୁ ରାଜ୍ୟ ସରକାର ଯଥୋଚିତ ସମ୍ମାନ ପ୍ରଦର୍ଶନ କରିପାରିଳେ ନାହିଁ । ରାଜଧାନୀ ଭୁବନେଶ୍ୱରର ଗୋଟିଏ ପ୍ରମୁଖ ରାଜରାସ୍ତା ଯାହା ସତ୍ୟନଗର କନ୍ଭେଣ୍ଟ୍ ଛକଠାରୁ ପୁରୀ-କଟକ ରୋଡ଼ ଲେଭଲ୍ କ୍ରସିଂ ପର୍ଯ୍ୟନ୍ତ ତାଙ୍କ ନାମରେ ସରକାର ୨୦୦୩ ମଇ ମାସ ୩୦ ତାରିଖରେ ନାମିତ କରିଥିଲେ । ସେହି ଅନୁଯାୟୀ ଛକର ଦୁଇ ପାଶ୍ୱର୍ରେ ତାଙ୍କର ନାମ ଫଳକ ମଧ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଲଗାଯାଇଥିଲା । ମାତ୍ର ହଠାତ୍ କ’ଣ ହେଲା କେଜାଣି ଦୀର୍ଘ ୧୩ ବର୍ଷ ପରେ ଭୁବନେଶ୍ୱର ମହାନଗର ନିଗମ, ପୂର୍ତ୍ତ ବିଭାଗ ପକ୍ଷର ଲଗାଯାଇଥିଲା । ମାତ୍ର ହଠାତ୍ କ’ଣ ହେଲା କେଜାଣି ଦୀର୍ଘ ୧୩ ବର୍ଷ ପରେ ଭୁବନେଶ୍ୱର ମହାନଗର ନିଗମ, ପୂର୍ତ୍ତ ବିଭାଗର ପ୍ରସ୍ତାବ ଅନୁସାରେ ୨୦୧୬ ସେପ୍ଟେମ୍ବର ମାସ ୩ ତାରିଖରେ ଉକ୍ତ ରାସ୍ତାକୁ ତରବରିଆ ଭାବରେ କାହାକୁ କୌଣସି ଭାବରେ ନ ଜଣାଇ ସନ୍ଥ ମଦର ଟେରେସାଙ୍କ ନାମରେ ନାମିତ କରିଦେଲେ । ମଦର ଟେରେସାଙ୍କୁ ବିରୋଧ ବା ଅସମ୍ମାନ କରିବାର ପ୍ରଶ୍ନ ଉଠୁନାହିଁ । ସେ ଚିରନମସ୍ୟା ମାତ୍ର ଅଭିମନ୍ୟୁଙ୍କୁ ପୂର୍ବରୁ ଦିଆଯାଇଥିବା ସମ୍ମାନ କିପରି ସରକାର ଫେରେଇ ନେଲେ ଏହା ହିଁ ବହୁ ଦୁଃଖ ଓ ପରିତାପର ବିଷୟ । ସମ୍ମାନ ଜଣଙ୍କୁ ଦେଲାପରେ ପୁନର୍ବାର ଫେରାଇ ନିଆଯାଏ କି? ଏହା ବୁଦ୍ଧିଜୀବୀ, ସମାଜସେବୀ, ସାଧାରଣ ଜନତା, ଅଭିମନ୍ୟୁ ସ୍ମୃତି ସୁରକ୍ଷା ମଞ୍ଚ ସମସ୍ତଙ୍କୁ ବହୁ ଆଶ୍ଚର୍ଯ୍ୟାନ୍ୱିତ କରିବା ସହିତ ମନରେ ଦୁଃଖ ଓ କ୍ରୋଧ ଜାଗ୍ରତ କଲା । ଏହି ପରିପ୍ରେକ୍ଷୀରେ