ବାଲିଆ ସରସ୍ୱତୀ ଶିଶୁ ମନ୍ଦିରରେ ଫକୀର ମୋହନ ଜୟନ୍ତୀ ପାଳନ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ବାଲେଶ୍ୱର ମାଟିର ଗୌରବ, ପ୍ରବାଦ ପୁରୁଷ କ୍ରାନୀବୀର ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପବିତ୍ର ଜନ୍ମ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ବାଲିଆ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ ଶୀତ କାକରକୁ ଖାତିର ନକରି ସକାଳେ ସକାଳେ ସହର ଉପକଣ୍ଠ ଫକୀର ମୋହନ ଗୋଲେଇସ୍ଥିତ ଫକୀର ମୋହନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଘୋଷ ବାଦନ ତାଳେ ତାଳେ ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ବ୍ୟାସକବିଙ୍କ ଜନ୍ମମାଟି ଶାନ୍ତିକାନନ ଯାତ୍ରା କରିଥିଲେ । ସେଠାରେ ସମବେତ ଛାତ୍ରଛାତ୍ରୀ ଗୁରୁଜୀ ଗିରିମା ଓ ପରିଚାଳନା ସମିତିର ସଦସ୍ୟ ସଦସ୍ୟାବୃନ୍ଦ ମାଲ୍ୟାର୍ପଣ ପୂର୍ବକ ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ସଭାପତି କାଞ୍ଚନବାଳା ପାତ୍ର, ସମ୍ପାଦକ ପୃଥ୍ୱୀରାଜ ପଣ୍ଡା, କୋଷାଧ୍ୟକ୍ଷ ରମାକାନ୍ତ ଜେନା, ଉପସଭାପତି ବୀଣାପାଣି ସିଂ,ହ, ସହସଂପାଦକ ରତ୍ନାକର ଦାସ, ସଦସ୍ୟ ରବିନ୍ଦ୍ର କୁମାର ମାଇତି, ସଦସ୍ୟ ସୁଶାନ୍ତ କୁମାର ବେହେରା, ବିଦ୍ୟାଳୟର ମୁଖ୍ୟ ଉପଦେଷ୍ଟା ତଥା ବାଲେଶ୍ୱର ସଂକୁଳ ପ୍ରମୁଖ ଉପେନ୍ଦ୍ରନାଥ ପାତ୍ର ଓ ପ୍ରଧାନ ଆଚାର୍ଯ୍ୟ ସୁଧୀର କୁମାର ମହାନ୍ତି ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉକ୍ତ ସାଧୁ ଉଦ୍ୟମକୁ ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ