ବାଲିକୁଦା ଅଞ୍ଚଳରେ ଅନେକ ମୁଖ୍ୟ ରାସ୍ତା ମରଣ ଜନ୍ତା ପାଲଟିଛି
ଜଗତସିଂହପୁର,(ଅନସୂୟା ରାଉତ): ବାଲିକୁଦା ବ୍ଲକର ଗଦେଇ ଗିରି ଗାଁ ବାଲି କୁଦା ଆର୍ ଡି ଅଫିସ୍ ଓ ବାଲିକୁଦା ତହସିଲ୍ କାର୍ଯ୍ୟାଳୟ ପଛପଟ ଅଧ କିମି ଦୂରରେ ଅବସ୍ଥିତ । ଗଦେଇ ଗିରି ସଫେଇ ପୋଲଦେଇ ଗଲେ ଜଗତସିଂହପୁର ମାଛଗାଁ ମୂଖ୍ୟ ରାସ୍ତା ଅଧ କିମି ଦୂର । ଏହି ଅଧକିମି ରାସ୍ତାରେ ବାଲିକୁଦା ବ୍ଲକର ସମସ୍ତ ମୁଖ୍ୟ କାର୍ଯ୍ୟାଳୟ ରହିଛି । ପ୍ରତିଦିନ ଏହି ରାସ୍ତାରେ ରୋଗୀ ଛାତ୍ର ଛାତ୍ରୀ ହଜାର ହଜାର ଲୋକ, ଗୋରୁ ମହିଷି ଛେଳି ମେଣ୍ଢା ଆତ ଯାତ କରନ୍ତି । ଗଦେଇ ଗିରି ପୋଲ ପରେ ଜାଭିୟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ପରେ ମହିଳା ମହାବିଦ୍ୟାଳୟ, ପରେ ବାଲିକୁଦା ଶିଶୁ ମନ୍ଦିର, ପରେ ଆର୍ ଡି କାର୍ଯ୍ୟାଳୟ, ସବ୍ ରେଜିଷ୍ଟର କାର୍ଯ୍ୟାଳୟ, ପରେ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟାଳୟ, ପରେ ଟ୍ରେଜେରୀ ଅଫିସ୍, ପରେ ତହସିଲ୍ କାର୍ଯ୍ୟାଳୟ, ପରେ ଡା ନରହରି ବେହେରା ଡାକ୍ତର ଖାନା ଓ ଅନେକ ଦୋକାନ ବଜାର । ଅନେକ ଅଫିସର୍ ରାଜନେତା ,ବଡ ବଡ ଠିକାଦାର ଓ ବାଲିକୁଦା ଅଞ୍ଚଳର ସୁପୁତ୍ର ରାଜ୍ୟର ବରିଷ୍ଠ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ମହୋଦୟଙ୍କ ଗମନା ଗମନ ରାସ୍ତା। ସତରେ ସେ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ଯାଇଛି । ରାସ୍ତାର ଉପରୁ ପିଚୁ ଉଠି ଯାଇ କଳା ପଥର ଗଦା ଗଦା ପଡି ରହିଛି । ଖାଲ ହୋଇ ବର୍ଷା ଯୋଗୁଁ ପୋଖରୀ ଭଳି ଦେଖା ଯାଉଛି । ସେହି ରାସ୍ତା ଉପରେ ଥରେ ଗଲେ ଦ୍ବିତୀୟ ଥର ଯିବାକୁ ଇଚ୍ଛା ହେବନାହିଁ ବୋଲି ପଥଚାରୀ ଓ ସ୍ଥାନୀୟ ଲୋକ ଆମ ଅଗ୍ରଣୀ ସାମାଜିକ ଗଣମାଧ୍ୟମ ୟୁଗାଦ୍ଧ ଖବର ଦାତାଙ୍କୁ ଦୁଃଖ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଆଉ କେତେ ଦିନ ଏହି ରାସ୍ତା ମୁକୁଳା ପଡିବ ସେହି ସମୟକୁ ଅପେକ୍ଷା କରିଥିବା ସ୍ଥାନୀୟ ଲୋକେ କହିଛନ୍ତି ।