ବାଲିକୁଦା ଅଞ୍ଚଳରେ ପ୍ରତି ଦିନ ଚୋରୀ

ଜଗତସିଂହପୁର, (ଅନସୂୟା ରାଉତ):ବାଲିକୁଦା ଥାନା ଅଞ୍ଚଳରୁ ଦୈନିକ ଚୋରମାନେ ବିଭିନ୍ନ ଗ୍ରାମରେ ପଶି ଚୋରୀ କରୁଥିଲେ ମଧ୍ୟ ପୋଲିସ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ଗୋଟିଏ ସ୍ବତନ୍ତ୍ର ସମ୍ପ୍ରଦାୟର ଲୋକମାନେ କେବଳ ବାଲିକୁଦା ନୁହେଁ ସାରା ଜିଲ୍ଲାରେ ସେମାନଙ୍କ ଚୋରୀ ସାମ୍ରାଜ୍ୟ ବଢ଼ାଇବା ବେଳେ ସାଧାରଣ ଜନତା ଦୁଃଖ ଭୋଗୁଛନ୍ତି। ପୋଲିସ ଫାଇଲରେ ସେମାନଙ୍କ ତଥ୍ୟ ଥିଲେ ମଧ୍ୟ ପୋଲିସ କୌଣସି ଉଦ୍ୟମ କରୁନାହାନ୍ତି। କେବଳ ଅଭିଯୋଗ ଧରି ବସିରହୁଛି। ପଦକ୍ଷେପ ଶୂନ୍ୟ ହେବାରୁ ଚୋରଙ୍କ ସାହାସ ବଢ଼ିଚାଲିଛି। ଗତକାଲି ରାତିରେ ବାଲିକୁଦା ଥାନା ଅନ୍ତର୍ଗତ ତିତିରା ଗ୍ରାମର ସହ ଦେବ ବେହେରାଙ୍କ ଘରେ ଚୋର କଳାକନା ବୁଲାଇ ଥିବା ଅଭିଯୋଗ ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୋଟିଏ ଢଙ୍ଗରେ ଚୋରୀ ହେଉଥିବା ଦେଖି ବାକୁ ମିଳୁଛି। କିଛି ଦିନ ତଳେ ସେହି ଗୋଷ୍ଠୀରୁ ଦୁଇଜଣ ବ୍ୟକ୍ତି ଚୋରୀ କରି ବାଲିକୁଦା ଥାନା ଅନ୍ତର୍ଗତ ମୁଳୁଗା଼ ପଞ୍ଚାୟତ ସାହାଡା ଗ୍ରାମରେ ଧରାପଡି ନିର୍ଦ୍ଧୁମ ପିଟାଖାଇଥଲେ ପରେ ବାଲିକୁଦା ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା। ସେଠାରେ ଥିବା ଚୋରଙ୍କ ଗଡ୍ ଫାଦର ସେମାନଙ୍କୁ ମୁକୁଳାଇ ପୁଣି କାର୍ଯ୍ଯରେ ଲଗାଇଛନ୍ତି। ଏବେ ଯଦି ସେହି ଚୋରଙ୍କୁ ଧରାଯାଏ।ତେବେ ସେହି ମାନେ ହିଁ ସତ କଥା କହିବେ।ଗଡ୍ ଫାଦର ଧରାପଡିବେ।ନୋଚେତ୍ ଏମିତିକା ଘଟଣା ସବୁଦିନେ ରାତିରେ ଘଟିବ ବୋଲି ବୁଦ୍ଧିଜୀବିମାନେ ମତବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ