ବାଲିକୁଦା ଅଞ୍ଚଳର ଯୁବସାମ୍ବାଦିକ’ସମାଜ’ସାମ୍ବାଦିକ ମାନଙ୍କ ମଧ୍ୟରେ ରାଜ୍ୟରେ ତୃତୀୟ
ବାଲିକୁଦା,(ଅନସୂୟା ରାଉତ): ବାଲିକୁଦା ବ୍ଲକର ଯୁବ ଓ ନିର୍ଭୀକ ସାମ୍ବାଦିକ ଶ୍ରୀ ତୀର୍ଥବାସୀ ଦାସ ଜଗତସିଂହପୁର ଜିଲା ପାଇଁ ଗୌରବ ଆଣିଛନ୍ତି। ସମାଜ ଖବର କାଗଜ ତରଫରୁ ଏକ ସର୍ଭେ ତାଲିକାରେ ସେ ରାଜ୍ଯର ଦଶଜଣଙ୍କ ମଧ୍ଯରୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେଥିପାଇଁ ତାଙ୍କୁ ଅନେକ ଅଭିନନ୍ଦନର ସୁଅ ଛୁଟିଛି। ତାଙ୍କର ନିଷ୍ଠାପର ଉଦ୍ୟମ ନିର୍ଭୀକତା ଅନ୍ଯ ସାମ୍ବାଦିକ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ସବୁକ୍ଷେତ୍ରରେ ଆଲୋଚନା ହେଉଛି। ସେ ଏକ ନାମି ଦାମି କମ୍ବାନୀରେ ମୋଟା ଅଙ୍କର ଦରମା ଛାଡି ସାମ୍ବାଦିକ ଭାବେ ସମାଜର ଉନ୍ନତି ନିମନ୍ତେ ମନବଳାଇ ଥିଲେ। ଆଜି ତାଙ୍କର ସ୍ବପ୍ନ ସାକାର ହୋଇଛି ବୋଲି ସେ ପ୍ରକାଶ କରିବା ସହିତ ଆଗାମୀ ଦିନରେ ସମାଜରେ ପ୍ରଚଳିତ ଅନ୍ଧବିଶ୍ୱାସ ଓ ଦୁଃଖି ରଙ୍କୀଙ୍କ ସେବା ପାଇଁ କାର୍ଯ୍ୟ କରିବେ ବୋଲି ଆମ ଯୁଗାବ୍ଦ ନିଉଜ୍ ଆଗରେ ବିବୃତି ରଖିଛନ୍ତି।