ବାଲିକୁଦି ବିଦ୍ୟାଳୟ ଶିକ୍ଷକ ଅନୁପସ୍ଥିତକୁ ନେଇ ଜନ ଅସନ୍ତୋଷ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ମୋହନା ବ୍ଲକର ଦୁର୍ଗମାଞ୍ଚଳ ଭାବେ ପରିଗଣିତ ହେଉଥିବା ଗରଡମା ପଞ୍ଚାୟତ ଅଟେ । ଏହି ଦୁର୍ଗମାଞ୍ଚଳ ପଞ୍ଚାୟତରେ ରହିଛି ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଥା ବାଲିକୁଦି ଗ୍ରାମ । ଏହି ଗ୍ରାମରେ ବାଲିକୁଦି ପ୍ରାଥମିକ ବିଦ୍ୟାଳୟ ରହିଛି । ତେବେ କରୋନା ମହାମାରୀ ଯୋଗୁଁ ସରକାର ବିଦ୍ୟାଳୟ ଗୁଡିକୁ ପ୍ରାୟତଃ ଦୁଇ ବର୍ଷ ଧରି ବନ୍ଦ ରହିଥିଲା । ହେଲେ ବିଦ୍ୟାଳୟ ଖୋଲି ବା ପରେ ପ୍ରଥମ ଠାରୁ ପଞ୍ଚମ ପଯ୍ୟନ୍ତ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଦାନ ପାଇଁ ରାଜ୍ୟ ଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଜାରିକରିଥିଲେ । ତଦନୁଯାୟୀ ଶିକ୍ଷାଦାନ ଆରମ୍ଭ ହୋଇଥିଲା । ପୁନଃ ବିଦ୍ୟାଳୟ ଖୋଲିବା ପରେ ଶିକ୍ଷା ଦାନକୁ ନେଇ ଛାତ୍ର ଓ ଛାତ୍ରୀ ଖୁସି ପ୍ରକଟ କରିଥିଲେ । ଛାତ୍ରଛାତ୍ରୀମାନେ ଶିକ୍ଷକମାନଙ୍କୁ ଫୁଲ ଚନ୍ଦନ ଆଦି ଦେଇ ବନ୍ଦାପନା କରିଥିବା ବେଳେ ପିଲା ନଙ୍କୁ ମଧ୍ୟ ଶିକ୍ଷକମାନେ ସ୍ୱାଗତଂ କରିଥିଲେ। ହେଲେ ବିଦ୍ୟାଳୟ ଖୋଲି ସମ୍ପୂର୍ଣ୍ଣ ମାତ୍ରାରେ ପରିଚାଳିତ ହେଉଛି କିନାହିଁ ଅନୁସନ୍ଧାନ କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ଗ୍ରାମବାସୀ ଯିବା ବେଳେ ଶିକ୍ଷକ ମାନେ ଅନୁପସ୍ଥିତ ଦେଖି ବାକୁ ପାଇଥିଲେ । ଗରଡମା ପଞ୍ଚାୟତ ବାଲିକୁଦି ପ୍ରାଥମିକ ବିଦ୍ୟାଳୟ ରେ ୩ ଜଣ ଶିକ୍ଷକ ଥିବା ବେଳେ ପ୍ରଧାନ ଶିକ୍ଷକ ଯମତି ମାଝି ୧୦ଘଣ୍ଟା ସମୟରେ ଖୋଲି ୧୧.୩୦ଘଣ୍ଟା ସମୟରେ ବିଦ୍ୟାଳୟର କୌଣସି କାମରେ ପଡୋଶୀ କନ୍ଧମାଳ ଜିଲ୍ଲାକୁ ଯାଇଥିବାବେଳେ ଏଠାରେ କାର୍ଯ୍ୟରତ ଅନ୍ୟଜଣେ ଶିକ୍ଷକ କନ୍ଧମାଳ ଜିଲ୍ଲାର ଶାମ ସୁନ୍ଦର ପ୍ରାଧାନ ସେବି ଅନୁପସ୍ଥିତ ଥିଲେ । ସେହିପରି ଜଗଦୀଶ ରାଓ ଅନ୍ୟ ଜଣେ ଶିକ୍ଷକ ମଧ୍ୟ ଅନୁପସ୍ଥିତ ଥିବା କହିଛନ୍ତି ଗ୍ରାମ ବାସୀ । ଏହା ସହ ଶ୍ରୀରାଓ ବହୁ ସମୟ ପାରଳାଖେମୁଣ୍ଡିରେ ଠାରେ ରହୁଛନ୍ତି ବୋଲି କହିଛନ୍ତି ସ୍କୁଲ ସଭାପତି ଟୁନି ମୁଠା ମାଝୀ । ଏପରି ବିଦ୍ୟାଳୟର ପୁନଃ ଆରମ୍ଭରୁ ଶିକ୍ଷକମାନେ ଅନୁପସ୍ଥିତ ରହୁଛନ୍ତି ବୋଲି ଗ୍ରାମବାସୀ ଯତିରଞନ ମୁଠାମାଝୀ, ମକୁଦ ମୁଠା ମାଝୀ, ବିନୋଦ ମୁଠା ମାଝୀ, କିଷାନ ମୁଠା ମାଝି, ମିଖାଲ ମୁଠା ମାଝୀ, ସୁକାନ୍ତ ମୁଠା ମାଝୀ, ଆବରାମ ମୁଠା ମାଝୀ ପ୍ରମୁଖ ।