ବାଲିଗାଡି ଠାରୁ ଜୋରିମାନା ଆଦାୟ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀରୁ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ଆଜି ଦୁଇ ଗୋଟି ଟ୍ରକକୁ ତହସିଲ ବିଭାଗ ପକ୍ଷରୁ ଜବତ କରାଯାଇଛି । ଗାଡି ଦୁଇଟି ନଦୀର କୁମ୍ଭାରୀଆ ଅଞ୍ଚଳରୁ ବାଲି ବୋଝେଇ କରି ଆସୁଥିବା ବେଳେ ତହସିଲଦାର ସରୋଜକାନ୍ତ ନାୟକଙ୍କ ନେତୃତ୍ୱରେ ଟ୍ରକ ଦୁଇଟିକୁ ଜବତ କରାଯାଇଥିଲା । ପରେ ବେଆଇନ ବାଲି ବୋଝେଇ ଗାଡି ଦୁଇଟିକୁ ତହସିଲ କାର୍ଯ୍ୟାଳୟ କୁ ଅଣାଯାଇଥିବା ବେଳେ ସେମାନଙ୍କ ଠାରୁ ଜୋରିମାନା ଆଦାୟ ହୋଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ