ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡ଼ି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ  ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ମୋହର ବାଜିବା ପରେ ରବିବାର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରଷଦର ୧୩ଟି ୱାର୍ଡ ଓ ଅଧ୍ୟକ୍ଷ ପଦ ପାଇଁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ବ୍ଲକ୍ ସଭାପତି ଟୁନା ଦାସ, ପୁର୍ବତନ ଏନ୍ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କ ସମେତ ବହୁ ସଂଖ୍ୟକ ବିଜେଡ଼ି ନେତା ଓ କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟରେ ପହଁଚିଥିଲେ । ସେଠାରେ ବିଧିବଦ୍ଧ ଭାବେ ନିର୍ବାଚନ ଅଧିକାରୀ ତଥା ବାଲିଗୁଡ଼ା ତହସିଲଦାର ଶଶାଙ୍କ ଶେଖର ପାତ୍ରଙ୍କ ନିକଟରେ ସମସ୍ତ ପ୍ରାର୍ଥୀ ନିଜନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରଷଦର ୧ ନଂ ୱାର୍ଡ ପାଇଁ ଗୋରେଖ ମଲ୍ଲିକ,୨ ନଂ ୱାର୍ଡ ପାଇଁ ମିନତି ନାୟକ,୩ ନଂ ଓ୍ବାର୍ଡ ପାଇଁ ଶଶି କୁମାର ଦିଗାଲ,୪ ନଂ ଓ୍ବାର୍ଡ ପାଇଁ ରାଜେଶ୍ବର ମଲ୍ଲିକ,୫ ନଂ ୱାର୍ଡ ପାଇଁ ଶାନ୍ତି ନାୟକ,୬ ନଂ ୱାର୍ଡ ପାଇଁ ବିଭୂତି ଭୂଷଣ ଲହରିଆ,୭ ନଂ ୱାର୍ଡ ପାଇଁ ପଦ୍ମାଳୟା ନାୟକ,୮ ନଂ ୱାର୍ଡ ପାଇଁ ରଶ୍ମିତା ପାଢ଼ୀ, ୯ ନଂ ୱାର୍ଡ ପାଇଁ ହରପ୍ରିୟା ତ୍ରୀପାଠୀ,୧୦ ନଂ ୱାର୍ଡ ପାଇଁ ରୀନା କୁମାରୀ ପଣ୍ଡା,୧୧ ନଂ ଓ୍ବାର୍ଡ ପାଇଁ ନାରାୟଣ ଡାକୁଆ,୧୨ ନଂ ୱାର୍ଡ ପାଇଁ ଗୀତା ମଲ୍ଲିକ ଓ ୧୩ ନଂ ୱାର୍ଡ ପାଇଁ ସୁନିତା ଦିଗାଲ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଅଧ୍ୟକ୍ଷ ପଦ ପାଇଁ ଗୋବିନ୍ଦ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ଦଳ ଭଲ ପ୍ରଦର୍ଶନ କରିବାସହ ପାଞ୍ଚୋଟି ଜିଲ୍ଲା ପରିଷଦ ଆସନରୁ ଚାରୋଟି ଆସନ ଦଖଲ କରିଛି । ଏଥିସହିତ ବ୍ଲକ୍ ଦଖଲ କରିବାକୁ ମଧ୍ୟ ପ୍ରସ୍ତୁତ ରହିଛି । ବର୍ତ୍ତମାନ ସମୟରେ ପୌର ନିର୍ବାଚନରେ ମଧ୍ୟ ବିପୁଳ ଭୋଟରେ ବିଜୟ ଲାଭ କରି ପୁଣି ଥରେ ବାଲିଗୁଡ଼ା ଏନ୍ଏସି ଦଖଲ କରିବାକୁ ଦଳ ଓ ଦଳର ସମସ୍ତ ନେତା ଓ କର୍ମୀ ପ୍ରସ୍ତୁତ ଅଛନ୍ତି ବୋଲି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର କହିଛନ୍ତି । ହେଲେ ନିର୍ବାଚନ ଶେଷ ହେବାପରେ ଜନତା ଜନାର୍ଦ୍ଦନ କାହାକୁ ବିଜୟର ବାଟ ଦେଖାଇବେ ତାହା ଦେଖିବାକୁ ବାକି ରହିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ