ବାଲିଗୁଡାରେ ଆଇନମନ୍ତ୍ରୀ ପ୍ରତାପ ଜେନା
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଆଇନ ମନ୍ତ୍ରୀ କନ୍ଧମାଳ ଜିଲ୍ଲା ଗ୍ରସ୍ତରେ ଆସିଛନ୍ତି । ଆଜି ସକାଳ୧୦ଟାରେ ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ବାଲିଗୁଡା ଠାରେ ପହଁଚିଥିଲେ । ଏହି ସମୟରେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର,ବାଲିଗୁଡା ବିଜେଡି ନଗର ସଭାପତି ସେକ ସାଦିକ,ପୁର୍ବତନ ବ୍ଲକ ଅଧକ୍ଷ ରବିଚନ୍ଦ୍ର ପାଳ,ପୁର୍ବତନ ସାଂସଦ ପ୍ରତିନିଧି ସତ୍ୟନାରାୟଣ ପାଢୀ,ଗୋପବନ୍ଧୁ ସାହୁ,ସୁବାଷ ଦାସ,କ୍ଲେଶ ପ୍ରଧାନ ପ୍ରମୁଖ ଦଣ୍ଡପଦର ଠାରେ ମନ୍ତ୍ରୀଙ୍କୁ ଫୁଲୋତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ଏହାପରେ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ । ଏହି ସମୟରେ ବାଲିଗୁଡା ବ୍ଲକ ବିଜେଡି ସଭାପତି ଟୁନା ଦାସ ଓ ଏନଏନସି ର ପୁର୍ବତନ ଅଧକ୍ଷ ଲୋକନାଥ ପାଢୀଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମି ହାତରେ ଦଳିୟ ପତାକା ଧରି ମନ୍ତ୍ରୀଙ୍କୁ ପାଛୋଟି ନେବା ପାଇଁ ଅପେକ୍ଷା କରି ରହିଥିଲେ । ମନ୍ତ୍ରୀ ନିକଟତର ହେବା ବେଳେ କର୍ମିମାନେ ନାରା ବାଜି ଦେଇ ମନ୍ତ୍ରୀଙ୍କ ପାଖକୁ ଯିବା ସମୟରେ ଉଭୟ ଗୋଷ୍ଠିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା ଓ ଉଭ୍ୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହାପରେ ମନ୍ତ୍ରୀ ବିରକ୍ତ ଭାବ ପ୍ରକାଶ କରି କହିଥିଲେ ଯେ ମୁଁ ଯିବିନି ଦାଦାଗିରିଏଠି ବନ୍ଦ କର ବୋଲି କହିଥିଲେ କିନ୍ତୁ ବୁଝାସୁଝା କରିବା ପରେ ଦଳିୟ କାର୍ଯ୍ୟଳୟକୁ ଯାଇ କର୍ମି ମାନଙ୍କ ସହ ଆଲୋଚନା କରିଥିଲେ ।ଏହାପରେ ମନ୍ତ୍ରୀ ତୁମୁଡିବନ୍ଧ ଓ କୋଟଗଡ ଗ୍ରସ୍ତ କରିଥିଲେ ବାଲିଗୁଡାରେ ହୋଇଥିବା ବିଜେଡିର ଦୁଇ ଗୋଷ୍ଠି ବଚସାକୁ ନେଇ ଉଭୟଙ୍କ ପକ୍ଷରୁ ଥାନାରେ ଏତଲା ଦେଇଥିବା ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ କହିଛନ୍ତି ,କିନ୍ତୁ କେସକୁ ରେଜିଷ୍ଟି କରାଯାଇନାହିଁ ବୋଲି ଶ୍ରୀ ସରାଫ ସୁଚନା ଦେଇଛନ୍ତି ।