ବାଲିଗୁଡାରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଅନୁଷ୍ଠାନରେ ଜାତିର ପିତା ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ୧୫୧ତମ ପୁଣ୍ୟ ତିଥି ରେ ଶ୍ରଦ୍ଧା ସୁମନ ଅର୍ପଣ ଉତ୍ସବ ପାଳିତ ହୋଇଯାଇଛି | ବାଲିଗୁଡା ଉପଖଣ୍ଡ ପାଳନ କମିଟି ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଗାନ୍ଧିଜୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଛି | ସ୍ଥାନୀୟ ପୂର୍ତ୍ତବିଭାଗ ଛକ ଠାରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ବାଲିଗୁଡା ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ପୁଷ୍ପ ମାଲ୍ୟାର୍ପଣ କରି ମହାନ ସ୍ୱାଧୀନତା ସଂଗ୍ରାମୀ ଜାତିର ପିତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | କୋରନା ମହାମାରୀ ଯୋଗୁଁ ସାମାଜିକ ଦୂରତ୍ୱ ସହିତ ବିନା ଜନସାଧାରଣଙ୍କ ଉପସ୍ଥିତରେ କାର୍ଯ୍ୟ ସମାପନ କରାଯାଇଥିଲା | ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯଶୋଦା ଗାଦବା ମଧ୍ୟ ଜାତିର ପିତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ | ବାଲିଗୁଡା ସହରର ବିଭିନ୍ନ ଅନୁଷ୍ଠାନରେ ମଧ୍ୟ ସାମାଜିକ ଦୂରତ୍ୱର ସହ ଗାନ୍ଧିଜୀ ଏବଂ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ