ବାଲିଗୁଡାରେ ଜୋର ଧରିଲା ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମଞ୍ଚ ଗଠନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା ବାଲିଗୁଡ଼ା ରେ ଜୋର ଧରିଛି ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମଞ୍ଚ ଗଠନ l କିଛି ବର୍ଷହେବ ବାଲିଗୁଡା ସରକାରୀ ତଥା ବେସରକାରୀ ସ୍ତରରେ ତଥା ତହସିଲ, ଆଇଟିଡ଼ିଏ, ବ୍ଲକ, ଓ ଏନଏସି ଭଳି ବିଭିନ୍ନ ସ୍ଥାନରେ ଦୁର୍ନୀତି ଅତ୍ୟାଚାର ପ୍ରିୟା ପ୍ରୀତି ତୋଷଣ ଏବଂ ସହର ରେ ଗୁଣ୍ଡାରାଜ ଆତଙ୍କି ବଢ଼ି ଚାଲିଛି ତାକୁ ଅଙ୍କୁଶ ଲଗାଇବାକୁ ବାଲିଗୁଡାର ସମସ୍ତ ୱାର୍ଡ ର ଲୋକେ ସଂଗଠିତ ହୋଇ ଦୁର୍ନୀତି ଭ୍ରଷ୍ଟାଚାର କୁ ସମୂହ ବିରୋଧ କରିବା ପାଇଁ ଅଣ୍ଟାଭିଡୁଛନ୍ତି l ବାଲିଗୁଡା ର ସର୍ବ ପୁରାତନ ସାହି ନୂଆସାହିର ମା ଦୁର୍ଗା ଆଞ୍ଚଳିକ ଦୁର୍ନୀତି ବିରୋଧୀ ଯୁବମଞ୍ଚ ର ଆଦର୍ଶ ରେ ଅନୁ ପ୍ରାଣିତ ହୋଇ ବାଲିଗୁଡା ର ଭଗାମୁଣ୍ଡା ସାହିରେ ଖଜୁରୀନାଳ, ଜାମପଦା, ଇଲେକ୍ଟ୍ରି ସାହିକୁ ନେଇ “ମା ମହାମୟୀ ଦୁର୍ନୀତି ବିରୋଧୀ ମଞ୍ଚ” ନାମରେ ସଂଗଠନ ଗଠନ ହୋଇଥିବା ସୂଚନା ମିଳିଛି l କିଛି ଖଳ ପ୍ରକୃତି ର ଲୋକ ପ୍ରଶାସନ କୁ ହାତ ବାରସୀ କରି ଲୋକଙ୍କୁ ଭୟଭିତ କରାଇ ସରକାରୀ ଅର୍ଥ ଲୁଣ୍ଠନ କରିଚାଲିଛନ୍ତି ତାକୁ ପ୍ରତିହୃତ କରିବା ଏବଂ ସହର ରେ ଭାଇଚାରା ସୃଷ୍ଟି କରିବା ସହିତ ସମାଜ ମଙ୍ଗଳ କାର୍ଯ୍ୟରେ ସଂଗଠନ ନିଜକୁ ନିୟୋଜିତ କରିବା ସହିତ ଅନ୍ୟାୟ ବିରୋଧ କରିବା ପାଇଁ ଏହାର ମୁଖ୍ୟ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରହିବ ବୋଲି ସଂଗଠନ ର ଆବାହକ ନାରାୟଣ ଦଳପତି କହିଛନ୍ତି l ମା ମହାମୟୀ ଦୁର୍ନୀତି ବିରୋଧୀ ମଞ୍ଚର ସଭାପତି ଭାବେ ନାରାୟଣ ଦଳପତି,ଉପ ସଭାନେତ୍ରୀ ଭାବେ ମୁକ୍ତା ନାୟକ,ସମ୍ପାଦକ ଭାବେ ଗୁରୁଦେବ ପୂଜାରୀ, ସହ ସମ୍ପାଦିକା ଭାବେ ସୁମନ୍ତୀ ମଳିକ,କୋଷାଧକ୍ଷ ଭାବେ ସହିତ ଗୌଡ଼,ଟହଲିଆ ଭାବେ ପରଦେଶୀ ପାତ୍ର ଏବଂ ଜଗନ୍ନାଥ ବେହେରା ଙ୍କୁ ଚୟନ କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ