ବାଲିଗୁଡାରେ ଠାକୁରାଣି ଯାତ୍ରା ଆରମ୍ଭ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡାର ଅଧୁଷ୍ଠାତ୍ରୀ ଦେବୀ ମା ପାଟଖଣ୍ଡା ଠାକୁରାଣିଙ୍କ ଠାକୁରାଣି ଯାତ୍ରାର ଆଜି ଆରମ୍ଭ ହୋଇଯାଇଛି । ଏହି ଯାତ୍ରା ୨୧ ଦିନ ଧରି ଚାଲିବ ଓ ଆସନ୍ତା ମେ୧୩ ତାରିଖରେ ମା ତାଙ୍କ ମନ୍ଦିରକୁ ପ୍ରତ୍ୟାର୍ବତନ କରିବେ ।ଏହିଯାତ୍ରାକୁ ମା ପାଟଖଣ୍ଡା ଦୁର୍ଗା ପୁଜା ସମିତି ଆନୁକୁଲ୍ୟରେ ଆୟୋଜନ କରାଯାଇଛି । ଅସ୍ଥାୟୀ ପିଠ ସ୍ଥାନୀୟ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣରେ କରାଯାଇଛି । ଅଙ୍କୁର ରୋପଣ କରିବା ପରେ ଅସ୍ଥାୟୀପିଠକୁ ପ୍ରତିଷ୍ଠା କରାଯାଇଥିଲା ଓ ରିତିନିତି ପ୍ରକାରେ ପୁଜାକାର୍ଯ୍ୟ କରାଯାଇଛି ଏହାପରେ ପଂଚଦେବୀଙ୍କୁ ବରୁଣ କରାଯାଇଥିଲା । ସମସ୍ତ ଦେବାଦେବୀଙ୍କୁ ଆବାହାନ ବି କରାଯାଇଛି । ଦେଶୀବେହେରା ଶ୍ରିନିବାସ ଦୋରାଙ୍କ ଘରେ ପୁଜାଚର୍ଚ୍ଚନା କରିବା ପରେ ଦେଶିବେହେରାଙ୍କ ପରିବାର ସମେତ ପୁଜକ ମାନେ ଅସ୍ଥାୟୀ ପିଠକୁ ୍‌ାଇଥିଲେ । ସେଠାରେ ପୁଣି ପୁଜାର୍ଚ୍ଚନା କରାଯାଇଥିଲା । ଅସ୍ଥାୟୀ ପିଠରୁ ମା ପାଟଖଣ୍ଡା ଠାକୁରାଣୀଙ୍କୁ ଠାକୁରାଣି ଯାତ୍ରା ନିମନ୍ତେ ବରୁଣ କରିବା ପାଇଁ ମହାପଟୁଆର ଓ ଆଡମ୍ବରରେ ମା ପାଟଖଣ୍ଡା ମନ୍ଦିରକୁ ସଂନ୍ଧ୍ୟା ପରେ ଯାଇଥିଲେ । ଏହି ପଟୁଆରରେ ପୁରୀର ସାଇଜାତ,ବାଘଘୋଡା ନାଚ,ଆତଶବାଜି ସହ ଅନେକ ପଟୁଆର ସାମିଲଥିଲେ । ମା ପାଟଖଣ୍ଡା ମନ୍ଦିରରରେ ପହଁଚିବାପରେ ମା ପାଟଖଣ୍ଡାଙ୍କ ପାଖରେ ପୁଜାର୍ଚ୍ଚନା କରି ଆଜ୍ଞାମାଳ ଆସିବା ପରେ ପୁଣି ପଟୁଆରରେ ମାଙ୍କୁ ଅସ୍ଥାୟୀ ମଣ୍ଡପ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ଏହି ପୁଜାକାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ପୁଜକ ସଂଜୟ କୁମାର ଦାସ, ଶ୍ରୀକାନ୍ତ ପଣ୍ଡା,ସଂଜୟ କୁମାର ଦାସ,ନିଳକଣ୍ଢ ମିଶ୍ର,ଟୁଲୁ ପାଢି,ପୁର୍ଣ୍ଣଚନ୍ଦ୍ର ଶତପଥୀ ସମେତ ଅନ୍ୟ ପୁଜକ ମାନେ ପୁଜା କାର୍ଯ୍ୟରେ ସାମିଲ ଅଛନ୍ତି । ଆୟୋଜକ ସମିତିର ସଭାପତି ଲୋକନାଥ ପାଢୀ,ସମ୍ପାଦକ ଭଗବତୀ ପ୍ରସାଦ ସାବତ,ସହ ସମ୍ପାଦକ ସୁଜିତ କୁମାର ପାଳ,କୋଷାଦକ୍ଷ ଡି ନାଗେଶ୍ୱର ରାଓ, ଶ୍ରୀନିବାସ ଦୋରା,ମଦନ ମୋହନ ପାଢୀ,ଡଃ ଶୁଶାନ୍ତ କୁମାର ଦାସ,ପବିତ୍ର ମହନ ପାଢି ସମେତ ସମସ୍ତ ସଦସ୍ୟ ମାନେ ସହଯୋଗ କରୁଛନ୍ତି । ଆଜିର ଶୋଭାଯାତ୍ରାରେ ବହୁଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏହି ୨୧ ଦିନ ଭିତରେ ମା ବାଲିଗୁଡାର ବିଭିନ୍ନ ସାହିୁ ପରିକ୍ରମା କରିବେ । ଏହି ୍‌ଯାତ୍ରା ନିମନ୍ତେ ଆୟୋଜକ ସମିତି ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ