ବାଲିଗୁଡାରେ ଠାକୁରାଣୀ ଯାତ୍ରା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡାରେ ଚାଲିଛି ଠାକୁରାଣୀ ଯାତ୍ରା ,ଏହି ଯାତ୍ରା ୧୩ଦିନରେ ପହଁଚିଲା । ମା ପାଟଖଣ୍ଡାଙ୍କ ସମେତ ଆଉ ଚାରିଭଉଣି ଙ୍କ ଘଟ ବାଲିଗୁଡାର ସାହିକୁ ସାହି ପରିଦର୍ଶନକରୁଛନ୍ତି । ରିତିନିତି ଅନୁଯାୟୀ ପ୍ରତ୍ୟୈକ ଦିନ ପୁଜାର୍ଚ୍ଚନା ହେଉଛି ଏବଂ ମାଙ୍କ ଦର୍ଶନ ନିମନ୍ତେ ଅସ୍ଥାୟୀ ପୀଠରେ ଭକ୍ତଙ୍କ ସମାଗମ ବଢିବାରେ ଲାଗିଛି । ମା ଆଜି ଗୁଳିମରାପଦା ଭ୍ରମଣରେ ଯାଇଛନ୍ତିା ଏଥିନିମନ୍ତେ ସକାଳୁ ଏହି କଲୋନୀ ବାସିନ୍ଦ ମାଙ୍କୁ ବରୁଣ ଓ ପୁଜାର୍ଚ୍ଚନା କରିଯାଇଛନ୍ତ,ସାହିରେ ରାସ୍ତା ଓ ଘର ଘରେ ସଫାରଖି ଝୁଟି ଆଙ୍କିଛନ୍ତି ଘରେଘରେ କୁମ୍ଭଢାଳଦୀପ ପ୍ରଜ୍ୱଳନ କରି ମାଙ୍କୁ ସ୍ୱାଗତ କରିଥିଲେ ଓ ପଟୁଆରରେ ମାଙ୍କୁ ପାଛୋଟି ନେଇଥିଲେ । ବାଲିଗୁଡା କୋର୍ଟ ସମ୍ମୁଖରେ ମାଙ୍କୁ ପାଦଧୋଇ ପୁଜାର୍ଚ୍ଚନା କରିବା ସହ ପଣା ଓ ପ୍ରସାଦ ବଣ୍ଟନ କରିଥିଲେ । ଆୟୋଜକ ସମିତି ମା ପାଟଖଣ୍ଡା ଦୁର୍ଗା ପୁଜା ସମିତି ଦ୍ୱାରା ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ମୀନାବଜାର ଓ ଦୋକାନ ବଜାର ଖୋଲାଯାଇଛି । ଆଜି ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ,ଆଜି ଆରଡି ଡ୍ୟାନ୍ସଗ୍ରୁପ ମେଲୋଡୀ ଓ ମ୍ୟାଜିକ ସୋ ଭୁ ବନେଶ୍ୱରରୁ ଆସି ଦର୍ଶକଙ୍କୁ ମନୋରଂଜନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ନିମନ୍ତେ ବଣିକ ସଂଘର ସଭାପତି ଶ୍ୟାମ ସୁନ୍ଦର ପାତ୍ର,ସମ୍ପାଦକ ଏ ଶ୍ରୀନିବାସ ଦୋରା ପ୍ରଦୀପ ପ୍ରଜ୍ୱଳନ କରି ରିବନ କାଟି ଶୁଭଉଦଘାଟନ କରିଥିଲେ ,ଏଥିରେ ଆୟୋଜକ ସମିତିର ସଭାପତି ଲୋକନାଥ ପାଢୀ,ସମ୍ପାଦକ ଭଗବତୀ ପ୍ରସାଦ ସାବତ,ଯୁଗ୍ମ ସମ୍ପାଦକସୁଜିତ କୁମାର ପାଳ ପ୍ରମୁଖ ମଂଚାସିନ ଥିଲେ ଓ ଡଃ.ଶୁଶାନ୍ତ କୁମାର ଦାସ ମଂଚକୁପରିଚାଳନା କରିଥିଲେ । ମାଙ୍କ ଅସ୍ଥାୟୀ ମଣ୍ଡପ ସହ ମିନିଷ୍ଟାଡିୟମରେ ଲୋକଙ୍କ ଭିଡ ଜମିଥିଲା । ଠାକୁରାଣୀ ଯାତ୍ରାରେ ଜନସମାଗମ ବଢିବାରେ ଲାଗିଛି । ଉପଖଣ୍ଡ ପ୍ରଶାସନ ଓ ପୋଲିସ ପ୍ରଶାସନ ଦ୍ୱାରା ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ