ବାଲିଗୁଡାରେ ଠାକୁରାଣୀ ଯାତ୍ରା
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡାରେ ଚାଲିଛି ଠାକୁରାଣୀ ଯାତ୍ରା ,୨୧ ଦିନର ଏହି ଯାତ୍ରା ୧୮ଦିନରେ ପହଁଚିଲା । ମା ପାଟଖଣ୍ଡାଙ୍କ ସମେତ ଚାରିଭଉଣି ଙ୍କ ଘଟ ବାଲିଗୁଡାର ସାହିକୁ ସାହି ପରିଦର୍ଶନକରୁଛନ୍ତି । ରିତିନିତି ଅନୁଯାୟୀ ପ୍ରତ୍ୟୈକ ଦିନ ପୁଜାର୍ଚ୍ଚନା ହେଉଛି । ମାଙ୍କ ଦର୍ଶନ ନିମନ୍ତେ ଅସ୍ଥାୟୀ ପୀଠରେ ଭକ୍ତଙ୍କ ସମାଗମ ବଢିବାରେ ଲାଗିଛି । ମା ଆଜି ବଜାର ସାହିକୁ ଭ୍ରମଣରେ ଯାଇଛନ୍ତିା ଏଥିନିମନ୍ତେ ସକାଳୁ ଏହିସହି ବାସିନ୍ଦ ମାଙ୍କୁ ବରୁଣ ଓ ପୁଜାର୍ଚ୍ଚନା କରିଥିଲେ, ସଂନ୍ଧ୍ୟା ଆଳତି ପରେ କଳାହାଣ୍ଡି କଟାପା,ଦଶବତାର,ଦୁଲୁଦୁଲି,ଡ୍ୟାନ୍ସ ଗ୍ରୁପ,ବେଲଗୁଣ୍ଠାର ପ୍ରସିଦ୍ଧ ବାଘନାଟ,ସପ୍ତଫେଣି,ଚାଙ୍ଗୁବାଜା ଆଦି ପଟୁଆରରେ ମାଙ୍କୁ ପାଛୋଟି ନେଇଥିଲେ । ଏହି ପଟୁଆର ପିଡବ୍ଲୁଡି ଛକ ଠାରୁ ନେହେରୁଛକ ଦେଇ ବସଷ୍ଟାଣ୍ଡ ଯାଇ ବଜାର ସାହିକ ୍ଯାଇ ଅସ୍ତାୟୀ ପିଠରେ ପୁଜାର୍ଚ୍ଚନା କରାଯାଇଥିଲା । ପୁଜାର୍ଚ୍ଚନା ସରିବା ପରେ ମା ଅସ୍ଥାୟୀ ପିଠକୁ ଯାଇଥିଲେ । ପିଡବ୍ଲୁଡି ଛକ ଠାରେ ନାଟକ ପୌରାଣିକ ନାଟକ ମଂଚସ୍ଥ କରାଯାଇଛି ଏହି ମଂଚକୁ ସ୍ଥାନୀୟ ବିଡିଓ ଶଶାଙ୍କ ଶେଖର ପାତ୍ର ଉଦଘାଟନ କରିଥିଲେ । ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ଚାଲିଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଇସଙ୍ଗିତ ଅର୍କେଷ୍ଟ୍ରା ଭୁ ବନେଶ୍ୱର ଏଥିରେ ସୁନାମଧନ୍ୟ କଣ୍ଠଶିଳ୍ପି ସ୍ୱୟଂ ପାଢୀ,ଅନ୍ତରା ଚକ୍ରବତୀ ଆଦି ଯୋଗଦେଇଛନ୍ତିା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ନିମନ୍ତେ ମୁଖ୍ୟ ଅତିଥୀ ଭାବେ ଦୁର୍ଯ୍ୟଧନ ନାୟକ,ଉନ୍ନୟନ ଅଧିକାରୀ ଭାରତୀୟ ଜୀବନବୀମା ନିଗମ ଏବଂ ଡ ବିଚିତ୍ରା ନନ୍ଦ ଆଚାର୍ଯ୍ୟ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ରିବନ କାଟି ଶୁଭଉଦଘାଟନ କରିଥିଲେ ,ଏଥିରେ ଆୟୋଜକ ସମିତିର ସଭାପତି ଲୋକନାଥ ପାଢୀ,ସମ୍ପାଦକ ଭଗବତୀ ପ୍ରସାଦ ସାବତ,ଯୁଗ୍ମ ସମ୍ପାଦକସୁଜିତ କୁମାର ପାଳ ପ୍ରମୁଖ ମଂଚାସିନ ଥିଲେ ଓ ଡଃ.ଶୁଶାନ୍ତ କୁମାର ଦାସ ମଂଚକୁପରିଚାଳନା କରିଥିଲେ । ଆୟୋଜକ ସମିତିର ସମସ୍ତ ସଦସ୍ୟ ଓ ଅନ୍ୟ ମାନେ ଏହି ଯାତ୍ରାରେ ନିଜକୁ ନିୟୋଜିତ ରଖି ଯାତ୍ରାକୁ ସରସ ସୁନ୍ଦର କରିବାରେ ସାମିଲ ହୋଇଛନ୍ତି ।