ବାଲିଗୁଡାରେ ଦଶହରା ଓ ଦୁର୍ଗାପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ପବିତ୍ର ଦଶହରା ଓ ଦୁର୍ଗାପୂଜା ପର୍ବ ପାଳନ ନିମନ୍ତେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବାଲିଗୁଡ଼ା ଏସଡିପିଓ ଜି.ରାଘବେନ୍ଦ୍ର ରେଡ୍ଡୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ,ମା ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତିର ସଭାପତି ଲୋକନାଥ ପାଢ଼ୀ,ସମ୍ପାଦକ ଶ୍ରୀନିବାସ ରାଓ,ସହ ସମ୍ପାଦକ ଭଗବତୀ ପ୍ରସାଦ ସାବତ ଓ ଅନ୍ୟ ସଦସ୍ୟ ଏବଂ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ମହାମାରୀ କରୋନା କଟକଣା ଯୋଗୁଁ ରାଜ୍ୟରେ ସମସ୍ତ ପର୍ବ ପର୍ବାଣୀ ନିରାଡମ୍ବର ଭାବେ ପାଳନ ହୋଇଥିବା ବେଳେ ଚଳିତ ବର୍ଷ କଟକଣା ହଟିଥିବା ଯୋଗୁଁ ସମସ୍ତ ପୂଜା କମିଟି ପକ୍ଷରୁ ଶାନ୍ତିଶୃଙ୍ଖଳାର ସହ ଆଡ଼ମ୍ବରରେ ପୂଜା ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଅନ୍ୟପଟେ ଦଶହରା ପର୍ବ ପାଳନ ସମୟରେ ସହରରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଓ ଯାନବାହାନ ଚଳାଚଳ କିଭଳି ଠିକ୍ ଭାବରେ ଚାଲିବ ଏବଂ ଅଞ୍ଚଳବାସୀ ସୁସ୍ଥ ଓ ସୁରକ୍ଷିତ ଭାବେ ଦଶହରାରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ଉପଭୋଗ କରିପାରିବେ ସେନେଇ ଏହି ବୈଠକରେ ଆଲୋଚନା ହୋଇଥିଲା। ଚଳିତ ବର୍ଷ ମଣ୍ଡପରେ ନବରାତ୍ରି ପୂଜା ସହ ବିଜୟା ଦଶମୀ ପାଳନ ହେବା ସହ ରାବଣ ପୋଡ଼ି ଏବଂ ଅଞ୍ଚଳବାସୀଙ୍କ ମନୋରଞ୍ଜନ ପାଇଁ ପୌରାଣିକ ନାଟକ ମଞ୍ଚସ୍ଥ ହେବାର କମିଟି ପକ୍ଷରୁ ଆୟୋଜନ କରାଯାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ