ବାଲିଗୁଡାରେ ଯୁବ ଓଡିଶା ନବୀନ ଓଡିଶା ଉଦଯାପନୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟ ବାଲିଗୁଡାର ଆଦିବାସୀ ମହାବିଦ୍ୟାଳୟ ପରିସରରେ ଉଦଯାପନୀ ଦିବସ ଥିଲା ଏ ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧକ୍ଷା ନନ୍ଦିନୀ ମଳିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥୀ ଭାବେ ସାଂସଦ ପ୍ରତିନିଧି ତଥା ବିଜେଡି ବ୍ଲକ ସଭାପତି ଟୁନା ଦାସ,ବିଧାୟକ ଚକ୍ରମଣି କହଁର,ପୁର୍ବତନ ବିଧାୟକ ତଥା ମୋ ଓଡିଶା ନବୀନ ଓଡିଶା ଜିଲ୍ଲାମୁଖ୍ୟ ରାଜିବ ପାତ୍ର,ମହାବିଦ୍ୟାଳୟର ପରିଚାଳନା କମିଟି ଅଧକ୍ଷ ତଥା ପୁର୍ବତନ ପ୍ରାଧ୍ୟାପକ ପ୍ରତ୍ୟୁଷ ରଂଜନ ଶତପଥୀ ,ମହାବିଦ୍ୟାଳୟ ଅଧକ୍ଷ କାର୍ତିକ ଚନ୍ଦ୍ରସିଙ୍କ ମଂଚାସିନ ଥିଲେ । ଉକ୍ତ କାର୍ଯ୍ୟକ୍ରମର ଅଧ୍ୟାପକ ବିଭୁତି ଭୁଷଣ ଆଚାର୍ଯ୍ୟ ଅତିଥି ପରିଚୟ କରିବା ସହ ମାସେ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ବିବରଣି ପାଠ କହିଥିଲେ । ଶ୍ରୀ ଟୁନାଦାସ କହିଛନ୍ତି ମୁଖ୍ୟମନ୍ତ୍ରୀ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ କରି ଛାତ୍ରଛାତ୍ରୀ ମାନଙ୍କୁ ପାଠପଢା ସହ ତାଙ୍କର ଖେଳକୁଦ ଆଦି ବିଭିନ୍ନ ଦିଗର ଉନ୍ନତି କରିବା ସହ ଲୁକାୟିତ ପ୍ରତିଭାକୁ ଆଗକୁ ନେଉଛନ୍ତି । ଏହି ମହାବିଦ୍ୟାଳୟର ଭିତିଭୁମି ଉନ୍ନତି ନିମନ୍ତେ ବହୁ ଅନୁଦାନ ଦେଇ ଭିତିଭୁମି ବିକାଶ କରିଛନ୍ତି ।ଛାତ୍ରଚାତ୍ରୀ ମାନଙ୍କୁ ଆଉ କଣ ଦରକାର ବୋଲି ପଚାରିଥିଲେ ଓ ସେମାନଙ୍କ କହିବା ଅନୁସାରେ ୧୦ଗୋଟି କମ୍ପୁଟର ଦିଆଯିବ ଓ ଖେଳ ପଡିଆଇଣ୍ଟଅନ୍ୟ ସାମଗ୍ରୀ ଦିଆଯିବ ବୋଲି କହିଛନ୍ତି ଓ ଭୋଜି କରିବାକୁ ଛାତ୍ରଛାତ୍ରୀଙ୍କୁ ଏକଲକ୍ଷ ଟଙ୍କା ଦେବାକୁ କହିଛନ୍ତି । ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ