ବାଲିଗୁଡାରେ ଶିକ୍ଷକ ଘରକୁ ଘର ବୁଲି ପାଠ୍ୟ ପୁସ୍ତକ ବାଣ୍ଟିଲେ
ବାଲିଗୁଡା (ସଞ୍ଜୟ ପାଣିଗ୍ରାହୀ) : କରୋନା ପାଇଁ ଏବେ ଦେଶ ବ୍ୟାପି ଲକଡାଉନ ଘୋଷଣା କରିଛନ୍ତି ସରକାର l ଯାହା ଫଳରେ ସ୍କୁଲ, କଲେଜ ଆଦି ବନ୍ଦ ରହିଛି l ସେହିପରି ଗାଡି ମଟର ଦୋକାନ ବଜ଼ାର ମଧ୍ୟ ବନ୍ଦ ରହିଛି l ଏଭଳି ସ୍ଥିତିରେ ପିଲାମାନେ ଯେପରି ଘରେ ରହି ପାଠ ପଢିପାରିବେ ସେଥିପାଇଁ ସରକାର ପିଲାଙ୍କ ପାଠ୍ୟ ପୁସ୍ତକ ଗୁଡିକ ଘରେ ଘରେ ପହଞ୍ଚାଇବା ଲାଗି ନିର୍ଦେଶ ଦେଇଥିଲେ l ଏହିପରି ପ୍ରେକ୍ଷୀରେ ବାଲିଗୁଡା ବ୍ଲକର ପ୍ରତ୍ୟେକ ବିଦ୍ୟାଳୟ ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପଯ୍ୟନ୍ତ ପାଠ୍ୟପୁସ୍ତକ ବଣ୍ଟନ କରାଯାଉଛି l ସେହିପରି ଟାଉନର ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିଶିର କାନ୍ତ ଦାସ, ଆର୍ତ୍ତଚନ୍ଦ୍ର ଖଟୁଆ, ଏବଂ ବାଲିଗୁଡା ବ୍ଲକ ଅନ୍ତର୍ଗତ ସୀପାଞ୍ଜିରି ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦ୍ମ ଲୋଚନ ପଣ୍ଡାଙ୍କ ନେତୃତ୍ୱରେ ପ୍ରକାଶ ଚନ୍ଦ୍ର ମହାରଣା, ବଂଶିଧର ପଣ୍ଡା ଙ୍କ ସମେତ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଘର ସମ୍ମୁଖରେ ପହଂଚି ପାଠ୍ୟପୁସ୍ତକ ଗୁଡିକ ପ୍ରଦାନ କରୁଥିବା ଦେଖାଯାଇଥିଲା l