ବାଲିଗୁଡାରେ ଶ୍ୟାମାକାଳି ପୁଜା
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଅଧିଷ୍ଠାତ୍ରୀ ଦେବୀ ମା ପାଟଖଣ୍ଡାଙ୍କ ପିଠରେ ଶ୍ୟାମାକାଳୀ ପୁଜା ମା ପାଟାଖଣ୍ଡା ଦୁର୍ଗାପୁଜା ସମିତି ଆନୁୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଦିପାବଳୀ ଦିନ ମଧ୍ୟରାତ୍ରରେ ରିତିନିତି ପ୍ରକାରେ ବିଧିବିଧାନରେ ପୁଜାର୍ଚ୍ଚାନା କରାଯାଇଥିଲା । ଏହି ଶ୍ୟାମାକାଲୀ ପୁଜା ବାଲିଗୁଡା ଅଂଚଳରେ ଏହି ପିଠରେ ମାତ୍ର ଗୋଟିଏ ପୁଜା ଉକ୍ତ ସମିତି ଦ୍ୱାରା କରାଯାଉଛି । ଆଜି ସୁର୍ଯ୍ୟପରାଗ ହୋଇଥିବା ଯୋଗୁଁ ସମସ୍ତ ଠାକୁର ଦର୍ସନ ବନ୍ଦ ରହିଛି ,ତେଣୁ ପୁଜା ସରିବା ପରେ ପହଡ ପଡିଯାଇଛି ଆସନ୍ତାକାଲି ମା ଶ୍ୟାମାକାଳୀଙ୍କ ଦର୍ଶନ କରିପାରିବେ ଭକ୍ତ । ଉକ୍ତ ପୁଜାର କର୍ତାଭାବେ ଭଗବତୀ ପ୍ରସାଦ ସାବତ ଓ ତାଙ୍କ ଧର୍ମପତ୍ନୀ ଚିନୁ ପୁଜାକାର୍ଯ୍ୟସମ୍ପାଦନା କରିଥିଲେ ଏବଂ ପୁଜକ ପୁର୍ଣ୍ଣଚନ୍ଦ୍ର ଶତପଥୀ ଓ ଦେବାଶିଶ ରଥ ପୁଜାପାଠ ରିତିନିତିପ୍ରକାରରେ କରିଥିଲେ । ମା ପାଟଖଣ୍ଡା ଦୁର୍ଗାପୁଜା ସମିତି ସଭାପତି ଲୋକନାଥ ପାଢୀ,ସମ୍ପାଦକ ଟି ଶ୍ରୀନିବାସରାଓ,ସହସମ୍ପାଦକ ସୁଜିତ କୁମାର ପାଳ,କୋଷାଦକ୍ଷ ନାଗେଶ୍ୱର ରାଓ,ଶ୍ରୀନିବାସ ଦୋରା,ମଦନ ମୋହନ ପାଢୀ ଓ ଅନୟମାନେ ସହଯେ୍ାଗ କରିଥିଲେ ।


