ବାଲିଗୁଡାରେ ହେବ ରାଜ୍ୟସ୍ତରୀୟ ଲୋକମହୋତ୍ସବ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡାରେ ହେବ ରାଜ୍ୟ ସ୍ତରୀୟ ଲୋକ ମହୋତ୍ସବ । ଆସନ୍ତା ଡିସେମ୍ବର ମାସ ୧୭/୧୮/୧୯ ରିଖ ତିନି ଦିନ ବ୍ୟାପି ବିଶିଷ୍ଟ ଲୋକନୃତ୍ୟଗୁରୁ ଟଲ ଦଳବେହେରା ସ୍ମାରକୀ ଆୟୋଜନ କରିବା ପାଇଁ ବ୍ଲକ କଳା ସଂସ୍କୃତି ସଂଘ ବାଲିଗୁଡା ପକ୍ଷରୁ ନିଷ୍ପତି ନିଆଯାଇଛି ।ଏଥି ନିମନ୍ତେ ଆସନ୍ତା ୧୫ ତାରିଖରୁ ପଂଜିକରଣ କରାଯିବ । ଏଥିରେ ଭାଗ ନେବା ନିମନ୍ତେ ଇଛୁକ ଦଳ ବା ବ୍ୟକ୍ତି ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ପ୍ରମୋଦ କୁମାର ଦଣ୍ଡସେନାଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।ପଂଜିକରଣ ଶେଷ ତାରିଖ ନଭେମ୍ବର ୧୫ ତାରିଖ ନିର୍ଦ୍ଦାରିତ ସମୟ ମଧ୍ୟରେ ପଂଜିକରଣ କରିବାକୁ ଅନୁରୋଧ କରିଛି ସଂଘ ।ବିଜେତା ଲୋକନୃତ ଦଳ ଓ ଗିତିନାଟ୍ୟ ଦଳକୁ ସ୍ୱାଗତ ସମ୍ବର୍ଦ୍ଧନା ମାନପତ୍ର ଓ ପୁରଷ୍କାର ରାଶି ପ୍ରଦାନ କରାଯିବ ।ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ପ୍ରତିଯୋଗି ଏଥିରେ ଅଂଶଗ୍ରହଣ କରିବେ ବୋଲି ସଂଘ ତରଫରୁ କୁହାଯାଇଛି । ୭୯୭୮୫୫୧୧୫୪ ଫୋନ ନମ୍ବରେ ଯୋଗାଯୋଗ କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି ।