ବାଲିଗୁଡାର ବରାଳଦେବୀ ପିଠରେ ନବରାତ୍ରୀ ପୂଜା ଆରମ୍ଭ

 ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବରାଳ ଦେବୀ ପୀଠରେ ଶନିବାର ଠାରୁ  ନବରାତ୍ରୀ ପୂଜା ଆରମ୍ଭ ହୋଇ ଯାଇଛି। ନିକଟସ୍ଥ ଖଡଗନଦୀରେ ପୂଜାଚର୍ଚ୍ଚନା କରିବା ପରେ ମୁଣ୍ଡରେ କଳସୀ ଧରି ବରାଳଦେବୀ ପୀଠ ଅଭିମୁଖେ ଜଳଯାତ୍ରା କରିଥିଲେ। ଏଥି ମଧ୍ୟରେ ନବରାତ୍ରୀ ପୂଜା ନିମନ୍ତେ ସମସ୍ତ ଦେବା ଦେବୀଙ୍କୁ ମଧ୍ୟ ନିମନ୍ତ୍ରଣ ପାଇଁ ସମସ୍ତ ମନ୍ଦିରକୁ ଯାଇ ରୀତିନୀତି ପ୍ରକାରେ ବରଳା ଦେବୀ ମନ୍ଦିର ପ୍ରାଙ୍ଗଣରେ ପହଁଚିଥିଲେ। ନଦୀରୁ ଆଣିଥିବା କଳସୀରେ ଜଳକୁ ପୂଜାଚର୍ଚ୍ଚନା କରି ସ୍ଥାପନ କରାଯାଇଛି। ଏହି ନବରାତ୍ରୀ ପୂଜାରେ କର୍ତ୍ତା ଭାବେ ସ୍ୱପ୍ନେଶ୍ୱର ସାହୁ ଓ ତାଙ୍କ ପତ୍ନୀ ସଂଯୁକ୍ତା ସାହୁ ସମସ୍ତ କାର୍ଯ୍ୟ ସମ୍ପାଦନ ଆରମ୍ଭ କରିଛନ୍ତି। ଉକ୍ତ ନବରାତ୍ରୀ ପୂଜାକୁ କୋଭିଡ-୧୯ ନିୟମକୁ ପ୍ରଶାସନ ଦ୍ୱାରା କରାଯାଇଥିବା ନିତି ନିୟମକୁ ମାନି ଆରମ୍ଭ ହୋଇଛି। ନବରାତ୍ରୀ ପାଳନ କରାଯାଉଥିବା ସ୍ଥାନରେ ହାତ ଗଣତି ଯେତେ ଜଣ ଉପସ୍ଥିତ ରହିଛନ୍ତି ସେମାନେ ମୁହଁରେ ମାକ୍ସ ପିନ୍ଧିବା ସହ ସାମାଜିକ ଦୂରତା ମାନି ସବୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପଦ୍ମ ଚରଣ ପାଣୀଗ୍ରାହୀ, ଅସିତ କୁମାର ବେହେରା ରଂଜିତ ସାହୁ, ସୁରେନ୍ଦ୍ର ପାତ୍ର ଓ ଅନ୍ୟ ମାନେ ନବରାତ୍ରୀ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ଏହି ନବରାତ୍ରି ଉତ୍ସବ  ବିନା ଆଡମ୍ବରରେ  କେବଳ ପୂଜା ହିଁ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ