ବାଲିଗୁଡାର ସଫଳ ସାପଧରାଳି ବେଣୁଧରଙ୍କୁ ଷ୍ଟିକ ପ୍ରଦାନକଲେ ଅନୁରାଗ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଅଞ୍ଚଳର ପ୍ରସିଦ୍ଧ ତଥା ସଫଳ ବିଷଧର ସାପଧରାଳି ବେଣୁଧର ପାତ୍ର ଙ୍କ ଘର ନୁଆସାହିରେ, ଯାହାକି ଘରେ ହେଉକି ସରକାରୀ ଓ ବେସରକାରୀ ଅଫିସରେ ସାପପଶେ ବେଣୁଭାଇଙ୍କୁ ଖୋଜାପଡ଼େ ସିଏ ବି ସବୁକାମ ଛାଡି ବିଷ ଧର ସାପକୁ ଧରି ଜଙ୍ଗଲକୁ ନେଇ ଛାଡିଦିଅନ୍ତି କେବେ ବି ସାପକୁ ମାରନ୍ତି ନାହିଁ l ଦୀର୍ଘ ଦିନ ଧରି ବିନା ମୂଲ୍ୟରେ ଏହିଭଳି ଲୋକଙ୍କ ସେବା ଯୋଗାଇ ଆସିଛନ୍ତି ବେଣୁଭାଇ l ସାପ ଏକ ବିଷଧର ଜନ୍ତୁ ସାପକୁ କିଏ ବା ନଡରେ କିନ୍ତୁ ନିଜ ଜୀବନକୁ ବାଜିଲଗାଇ ନିଜ କୌଶଳ କ୍ରମେ ବିପଦ ସଂକୁଳ ଅବସ୍ଥାରେ ସାପ ଧରି ଆସୁଛନ୍ତି l ବେଣୁ କହିଲେ ସମସ୍ତେ ଜାଣନ୍ତି ସେ ସାପଧରି ବେଶ ସୁନାମ ଅର୍ଜନ କରିଛନ୍ତି ଏହାକୁ ଉପଲବ୍ଧ କରି ବାଲିଗୁଡା ବ୍ଲକର ଅଧ୍ୟକ୍ଷ ରବିଚନ୍ଦ୍ର ପାଳଙ୍କ ପୁଅ ଅନୁରାଗ ପାଳ ବେଣୁଭାଇଙ୍କ ପାଇଁ ଏକ ସାପ ଧରିବା ଷ୍ଟିକ ପ୍ରଦାନ କରିଛନ୍ତି l ଫଳରେ ସେ ବିପଦ ମୁକ୍ତ ଭାବେ ନୂତନ କୌଶଳରେ ସାପଧରି ବାଲିଗୁଡା ଅଂଚଳରେ ଲୋକଙ୍କୁ ସେବା ଯୋଗାଇ ପାରିବେ ଏବଂ ଷ୍ଟିକଟି ବେଣୁଭାଇଙ୍କ ପାଇଁ ବେଶ ସହାୟକ ହୋଇପାରିବ, ବେଣୁ ଭାଇ ବି ଷ୍ଟିକ ପାଇ ଖୁସି ଅନୁଭବ କରିଛନ୍ତି ଏବଂ ଆଗାମୀ ଦିନରେ ଜନସାଧାରଣଙ୍କୁ ଆହୁରି ଅଧିକ ସେବା ଯୋଗାଇ ଦେବାକୁ 7735062812ଓ 8763625450 ନମ୍ବରକୁ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି l ଏନେଇ ଅନୁରାଗଙ୍କ ବାପା ରବିଚନ୍ଦ୍ର ପାଳ ମଧ୍ୟ ପୁଅର ଏହିଭଳି ମହତ ଉଦେଶ୍ୟକୁ ନେଇ ଖୁସି ପ୍ରକଟ କରିଛନ୍ତି ଏବଂ ବେଣୁଧର ପାତ୍ର ପରିବେଶ ପ୍ରତି ସଚେତନ ରହି ବିଷଧର ସାପକୁ ନମାରି ଜଙ୍ଗଲରେ ଛାଡ଼ୁଛନ୍ତି ଆଜକୁ ୨ହଜାରରୁ ଉର୍ଦ୍ଧ ସାପକୁ ଧରି ଜଙ୍ଗଲରେ ଛାଡିଛନ୍ତି l ତାଙ୍କୁ ବନବିଭାଗ ତରଫରୁ ସରକାରୀ ସ୍ବୀକୃତି ଦେବାକୁ ବାଲିଗୁଡା ଡ଼ିଏଫଓଙ୍କୁ ଅନୁରୋଧ କରିଛନ୍ତି l