ବାଲିଗୁଡା ଉପଖଣ୍ଡରେ ବାତ୍ୟା ଆଶଙ୍କା ନେଇ ସଚେତନ କଲା ପ୍ରଶାସନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ବାତ୍ୟା  ଅମ୍ଫନ୍‌କୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତଥା ବ୍ଲକ ପ୍ରଶାସନ ପକ୍ଷରୁ ଅଞ୍ଚଳବାସୀଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଇଛି। ବହୁ ଲୋକ ଦୁର୍ଗମ ଗ୍ରାମରେ ରହୁଥିବାବେଳେ ଚାରିଆଡ଼େ ପାହାଡ଼,ଜଙ୍ଗଲ ଏବଂ ନଦୀନାଳ ପ୍ରବାହିତ ହେଉଛି। ଯଦି ବାତ୍ୟା ହୁଏ କିଭଳି ସୁରକ୍ଷିତ ରହିବା ସହ ଜରୁରୀ ପରିସ୍ଥିତିରେ ଅଞ୍ଚଳରେ କରାଯାଇଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ଯିବେ ସେନେଇ ସତର୍କ କରାଯାଇଥିଲା। ବିନା କାରଣରେ ଘରୁ ପଦାକୁ ନବାହାରିବାକୁ କୁହାଯାଇଥିଲା। ରବିବାର ଠାରୁ ଆସନ୍ତା ବୁଧବାର ପର୍ଯ୍ୟନ୍ତ ସତର୍କ ସୂଚନା ଦିଆଯାଇଛି। ବାଲିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର, ତହସିଲଦାର କ୍ଷିରବ୍ଧ ତନୟା ସାହୁ, ଦାରିଙ୍ଗବାଡି  ତହସିଲଦାର ନୀତିଶ କୁମାର ତ୍ରିପାଠୀ ପ୍ରମୁଖଙ୍କ  ନିର୍ଦ୍ଦେଶକ୍ରମେ ରାଜସ୍ବ ନିରୀକ୍ଷକ କେଦାରଚନ୍ଦ୍ର ସାହୁଙ୍କ ସମେତ ସୁମନ୍ତ କୁମାର ଜାନୀ, ମୃତ୍ୟୁଞ୍ଜୟ ଦିଗାଳ, ଦେବାଶିଷ ନାୟକ, ଜିତେନ୍ଦ୍ର କୁମାର ସାହୁ, ବିଜୟ କୁମାର ବେହେରା, ଉମାଶଙ୍କର ଖଣ୍ଡଗିରି, ବିଚିତ୍ର ମଲ୍ଲିକ, ପ୍ରମୁଖ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଘର ଘର ବୁଲି ସଚେତନ କରୁଛନ୍ତି। ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବିଷୟ କହିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ