ବାଲିଗୁଡା ଉପଖଣ୍ଡ ଅଞ୍ଚଳରେ ଅନଲାଇନ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ସରକାର ଙ୍କ ଅନଲାଇନ୍ ଶିକ୍ଷା ବ୍ୟବସ୍ଥା ରୁ ବଞ୍ଚିତ ଥିବା ଦେଖାଯାଇଛି । ଗ୍ରାମାଞ୍ଚଳରେ ଗରୀବ ଲୋକଙ୍କ ପାଖରେ ଅନଲାଇନ୍ ଶିକ୍ଷା ବ୍ୟବସ୍ଥା ପାଇଁ ମୋବାଇଲ୍ ନଥିବା ବେଳେ ଅନେକ ସ୍ଥାନ ରେ ନେଟୱର୍କ ବ୍ୟବସ୍ଥା ନାହିଁ । ଏଣୁ ଶିକ୍ଷା ସହିତ ଛାତ୍ରଛାତ୍ରୀ ଙ୍କୁ ଯୋଡିରଖିବାକୁ ହେଲେ ସରକାର ତୁରନ୍ତ ଛାତ୍ରଛାତ୍ରୀ ଙ୍କୁ ପ୍ରଶ୍ନପତ୍ର ସହ ଉତ୍ତର ଫର୍ଦ୍ଦ ପହଞ୍ଚିବା ବ୍ୟବସ୍ଥା କରିପାରିଲେ ହୁଏତ ଶିକ୍ଷା ର ବିକାଶ ହୋଇପାରନ୍ତା ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି lଏଥି ପ୍ରତି ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ