ବାଲିଗୁଡା ଏନଏସିର ବଡାଖାନା କାର୍ଯ୍ୟକ୍ରମ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଏନଏସି ଦ୍ୱାରା ବଡାଖାନାର ଆୟୋଜନ କରାଯାଇଥିଲା,ଏଥି ନିମନ୍ତେ ସ୍ଥାନୀୟ ସଭାଗୃହ ଠାରେ ଏକ ସଭା କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥୀ ଭାବେ ସ୍ଥାନୀୟ ବିଧାୟକ ଚକ୍ରମଣୀ କହଁର,ସମ୍ମାନୀତ ଅତିଥି ସାଂସଦ ପ୍ରତିନିଧି ତଥା ବିଜେଡି ସଭାପତି ଟୁନା ଦାସ,ଜିଲ୍ଲାପରିଷଦ ଅଧକ୍ଷା ନନ୍ଦିନୀ ମଳିକ.ଉପଜିଲ୍ଲାପାଳ ତଥା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମଏସ ମଧୁମିତା,ଉପଖଣ୍ଡ ଆରକ୍ଷୀ ଅଧିକାରୀ ରୋହିତ ବର୍ମା,ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ,ଉପାଦକ୍ଷା ଶାନ୍ତି ନାୟକ,ବିଧାୟକ ପ୍ରତିନିଧି ଅବନିି ନାୟକ ପ୍ରମୁଖ ମଂଚାସୀନ ଥିଲେ । ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଦେବା ପରେ ଏହି ସଭାର ସଭାପତିତ୍ୱ କରିଥିଲେ ଅଧକ୍ଷ ଗୋବିନ୍ଦ ପ୍ରଧାନ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାରା ଓଡିଶାରେ ସମସ୍ତ ସଫେଇ କର୍ମଚାରୀ ମାନଙ୍କ ନିମନ୍ତେ ସମ୍ବର୍ଦ୍ଦନା ତଥା ଉତ୍ସାହିତ କରିବା ପାଇଁ ଏହି ବଡାଖାନାର କାର୍ଯ୍ୟକ୍ରମ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ କାଉଁସିଲର ଉପସ୍ଥିତ ଥିବା ବେଳେ ଏନଏସିର କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।