ବାଲିଗୁଡା ଏନଏସିର ଶେଷ ବୈଠକ କମିଲା ହୋଲଟିଙ୍ଗ ଟେକ୍ସ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦର ଶେଷ ବୈଠକ ଅନୁଷ୍ଟିତ ହୋଇଯାଇଛି । ଉକ୍ତ ବୈଠକରେ ଉପଜିଲ୍ଲାପାଳ ତଥା ଏନଏସିର କାର୍ଯ୍ୟନିର୍ବାହୀ ଅଧୀକାରୀ ଡ.ଶୁଭଙ୍କର ମହାପାତ୍ର,ଅଧକ୍ଷ ଲୋକନାଥ ପାଢୀ,ବିଧାୟକ ପ୍ରତନିଧି ଅବନୀ ନାୟକ ମଂଚାସୀନ ଥିଲେ । ଉକ୍ତ ବୌଠକରେ ଏନଏସିରେ ବାସିନ୍ଦାଙ୍କ ପାଇଁ ଆଗରୁ ଧାର୍ଯ୍ୟ ହୋଇଥିବା ହୋଲଟିଙ୍ଗ ଟେକ୍ସ ଉପରେ ଆଲୋଚନା ହୋଇଥିଲା ।ପୁର୍ବରୁ ଜଳ କର ବାଦରେ ୫ଶତକଡା,ବିଦ୍ୟୁତ କର ବାବଦରେ ୫ଶତକଡା ଓ ହୋଲଡିଙ୍ଗ କର ବାବଦରେ ୫ ଶତକଡା ସମୁଦାୟ ଉପରେ ୧୫ ଶତକଡା ଆଦାୟ କରାଯାଇଥିଲା । ଉକ୍ତ ବୈଠକରେ ଟ୍ୟାକ୍ସ କମାଇବାକୁ ନେଇ ଆଲୋଚନା ହୋଇ ଜଳକର ବାବଦରେ କିଛି ଟିକସ ନିଆଯିବ ନାହିଁ ଓ ବିଦ୍ୟୁତ କର ୫ ଶତକଡାରୁ କମାଇ ଦୁଇ ଶତକଡା କରାଯାଇଛି ଓ ହୋଲଡିଙ୍ଗ କର ୫ ଶତକଡା କୁ ୫ ଶତକଡା କରାଯିବାକୁ ନିଷ୍ପତି ନିଆଯାଇଛି । ଲୋକମାନେ ଦେବାକୁ ଥିବା ସମୁଦାୟ ୧୫ ଶତକଡା ରୁ କମାଇ ୭ଶତକଡା କରାଯାଇଛି । ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଛି । ଉକ୍ତ ବୈଠକରେ କାଉଁସିଲର ମାନେ ଓ ଏନଏସିର କମଚାରୀ ମାନେ ଉପସ୍ଥିତ ଥିଲେ ।


