ବାଲିଗୁଡା ଏନଏସିର ସ୍ୱତନ୍ତ୍ର ବୈଠକ : ଉନ୍ନୟନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଏନଏସିର ଏକ ସ୍ୱତନ୍ତ୍ର ବୈଠକ କାର୍ଯ୍ୟାଳୟର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସ୍ଥାନୀୟ ଉପଜିଲ୍ଲାପାଳ ତଥା ଏନଏସିର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଶୁଭଙ୍କର ମହାପାତ୍ର,ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଯୋଗଦେଇଥିବା ବେଳେ ଏନଏସିର ଅଧକ୍ଷ ଲୋକନାଥ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ କୋଭିଡ ନିୟମକୁ ମାନି ସାମାଜିକ ଦୂରତାକୁ ଅବଲମ୍ବନ କରିବା ସହ ସମସ୍ତେ ମାକ୍ସ ବ୍ୟବହାର କରିଥିଲେ। ପୁର୍ବ ବୈଠକର ଆଲୋଚନାକୁ ପାଠ କରାଯିବା ସହ ଏନଏସି ଦ୍ୱାରା କ’ଣ କାର୍ଯ୍ୟ କରାଯାଇଛି ଓ କୋଭିଡରେ କିଭଳି ସହରବାସୀଙ୍କୁ ସେବା ଦିଆ୍ଯାଇଛି ଆଦି ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା । ନିକଟ ଭବିଷ୍ୟତରେ ହେବାକୁ ଥିବା ସ୍ୱାୟତ ଶାସନ ଦିବସକୁ କିଭଳି ପାଳନ କରାଯିବ ସେ ଉପରେ ଆଲୋଚନା ହୋଇଛି। ବାଲିଗୁଡା ସହରକୁ କିଭଳି ସଜା ହେବା ସହ ରାସ୍ତା କୋଠାବାଡି କିଭଳି ନିର୍ମାଣ ହେବ ଏହି ସବୁ ଉନ୍ନୟନ ମୁଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଛି ଓ ଏହି ସବୁ ଉନ୍ନୟନ କାର୍ଯ୍ୟକୁ କିଭଳି ରୂପରେଖ ଦିଆଯିବ ସେଥିପାଇଁ କିଛି ପଦକ୍ଷେପ ହାତକୁ ନିଆଯିବା ସହ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ପାଇଁ ଅଳ୍ପ ଦିନ ମଧ୍ୟରେ ଟେଣ୍ଡର କରାଯିବା ପାଇଁ ନିଷ୍ପତି ନିଆଯାଇଛି l ଏନଏସିର ସମସ୍ତ ସାହିକୁ ପାନୀୟ ଜଳର ସୁବିଧା କରାଯିବ ଓ ଆବାସ ଯୋଜନା ଉପର ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏନଏସିରେ ବାସ କରିଥିବା କେତେ ଭୂମିହୀନମାନଙ୍କୁ ଜାଗାର ପଟ୍ଟା ଦିଆଯାଇଛି ଓ କେଉଁକେଉଁ ୱାର୍ଡରୁ କେତେଜଣଙ୍କୁ ତାହା ମିଳିଛି ଆଉ ଯାହାକୁ ମିଳି ନାହିଁ ସେମାନଙ୍କ ପାଇଁ କ’ଣ ପଦକ୍ଷେପ ନିଆଯାଇଛି ବୋଲି ଉପଜିଲ୍ଲାପାଳ ବୁଝିଥିଲେ। କାଉନସିଲର ମାନେ ନିଜ ନିଜ ଅଂଚଳର ସମସ୍ୟା କହିବା ସହ ନିଜ ଅଂଚଳରେ ଥିବା ସରକାରୀ ବିଦ୍ୟାଳୟ ଓ ଅଙ୍ଗନୱାଡି ଗୁଡ଼ିକୁ ମରାମତି କରିବାକୁ ପ୍ରସ୍ତାବ ଦେଇଛନ୍ତି। ସହରର ମୁଖ୍ୟ ରାସ୍ତା ବା ଜାତୀୟ ରାଜପଥ ଉପରେ ପୋଷା ଗାଇଗୋରୁ ମାନେ ରାସ୍ତା ଅବରୋଧ କରିଛନ୍ତି ତାରି ଉପରେ ପଦକ୍ଷେପ ନେବାପାଇଁ ଆଲୋଚନା ହୋଇଥିବା ବେଳେ ବିଧାୟକ ଚକ୍ରମଣି କହଁର କହିଛନ୍ତି ଯେ ଆସନ୍ତା ବୈଠକରେ ସମସ୍ତ ବିଭାଗର ପଦାଧୀକାରୀ ମାନେ ଯଦି ଅନୁପସ୍ଥିତ ରୁହନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ମତ ସାବସ୍ତ୍ୟ କରିଛନ୍ତି। ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଢଙ୍ଗି, କାଉନସିଲର ମନୋଜ ଆଚାର୍ଯ୍ୟ, ଶିରିଶ ପ୍ରଧାନ, ଲୋଚନ ମିଶ୍ର, ଅର୍ଜୁନ ନାୟକ, ନାରାୟଣ ଡାକୁଆ, ଝରଣା ଦଣ୍ଡସେନା, ସସ୍ମିତା ବେହେରା, ଜୟନ୍ତୀ ଜେନା, ସ୍ନେହଲତା ମଳିକ, କୌଶଲ୍ୟା ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଏନଏସିର ସମସ୍ତ କର୍ମଚାରୀ ପରିଚାଳନାରେ ସହଯାଗ କରିଥିଲେ।


