ବାଲିଗୁଡା ଏନଏସି କାର୍ଯ୍ୟାଳୟ ଦ୍ୱାରା ଆଚରଣବିଧି ଉଲଂଘନ ଅଭିଯୋଗ!
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବାଲିଗୁଡା ଏନଏସି କାର୍ଯ୍ୟାଳୟ ଦ୍ୱାରା ନିର୍ବାଚନ ଆଚରଣ ବିଦ୍ଧିି ଉଲଂଘନ କରି ବୈଠକ କରିଥିବା ଅଭିଯୋଗ ଆସିଛି । ସୁଚନାରୁ ପ୍ରକାଶ ଯେ ବାଲିଗୁଡା ଏନଏସି କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ଦ୍ୱାରା ଆଜି ବାଲିଗୁଡା ସହରର ତିନି ନମ୍ବର ୱାର୍ଡ ହାଟପଦା ସାହି ଠାରେ ଥିବା ପରିଚୟ ଗୃହରେ ହାଟପଦା ଓ ମୁଣ୍ଡାସାହି ସ୍ଥାନୀୟ ବାସିନ୍ଦା ମାନଙ୍କୁ ନେଇ ଜାଗା ସର୍ମ୍ପକକୁ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଲାଗିଥିବା ବ୍ୟାନରରେ ଲେଖାଯାଇଛି ଯେ ୫-ଟି ଅନ୍ତର୍ଗତ ଜାଗା ସର୍ମ୍ପକ ମାଧ୍ୟମରେ ବସ୍ତି ବାସିନ୍ଦା ମାନଙ୍କର ଦକ୍ଷତା ବୃଦ୍ଦି କାର୍ଯ୍ୟକ୍ରମ ତଳେ ଲେଖାଯାଇଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡିଶା, ବିଜ୍ଞାପିତ ଅଂଚଳ ପରିଷଦ, ବାଲିଗୁଡା ଆଦି ଉଲ୍ଲେଖ ରହିଅଛି । ଉକ୍ତ ବୈଠକରେ ଏନଏସିର କର୍ମଚାରୀ ମାନେ ମଂଚାସୀନ ଥିବା ବେଳେ ମୁଣ୍ଡାସାହି ଓ ହାଟପଦାସାହିର ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ ଓ କୋଭିଡ ନିୟମକୁ କେହିବି ପାଳନ କରି ନଥିଲେ । ପରଷ୍ପର ଠାରୁ ଦୁରତା ଅବଲମ୍ବନ କରାଯାଇନଥିଲାକି ସମସ୍ତଙ୍କୁ ମୁହଁରେ ମାକ୍ସ ନଥିଲା । ବର୍ତମାନ ତ୍ରୀସ୍ତରୀୟ ନିର୍ବାଚନ ନିମନ୍ତେ ନିର୍ବାଚନ ଅଧିକାରୀ କୌଣସି ସ୍ଥାନରେ ବୈଠକ କରାଯାଇପାରିବନି କି ଲୋକଙ୍କ ଗହଳି ନଜମାଇବାକୁ ବିଜ୍ଞପ୍ତି ଜାରି କରିଛନ୍ତି । କିନ୍ତୁ ଏହି ବୈଠକରେ ଖୋଲାଖୋଲି ନିର୍ବାଚନ ଆଚରବିଦ୍ଧି ଉଲ୍ଲଂଘନ କରିବା ସହ କୋଭିଡ ନିୟମକୁ ମଧ୍ୟ ଉଂଲଘନ କରାଯାଇଛି । କୋଭିଡ ନିୟମ ପ୍ରକାରେ ଅଯଥା ଗହଳି କି ବୈଠକ କରିବାକୁ ସଂପୁର୍ଣ୍ଣ ଭାବରେ ବାରଣ କରାଯାଇଛି । କିନ୍ତୁ ବୈଠକରେ ଉପସ୍ଥିତ ସାଧାରଣ ଲୋକଙ୍କ ନିମନ୍ତେ ଖାଇବା ବି ବନ୍ଦୋବସ୍ତ କରାଯାଇଥିଲା । ବାଲିଗୁଡା ଏନେସି ଦ୍ୱାରା ଗତ ୧୭ ତାରିଖରେ ସୁନାପାଙ୍ଗାରେ ଏହି ଜାଗା ସର୍ମ୍ପକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଆସନ୍ତା ୨୩, ୨୪, ୨୫ ଓ ୨୭ ତାରିଖରେ ଦଣ୍ଡପଦର, କନ୍ଦସାହିନୁଆସାହି, ପଣସପୋଡି, ଗୁଳିମରାପଦା, କାମପୋଡା ଆଦି ଅଂଚଳରେ ବୈଠକ କରିବା ନିମନ୍ତେ ଏନଏସି ତରଫରୁ ଚିଠାପ୍ରକାଶ କରାଯାଇଛି । ଏହି ବୈଠକକୁ ନେଇ କଂଗ୍ରେସ ଓ ବିଜେପି ଦଳ ତରଫରୁ ବିରୋଧ କରାଯାଇଛି । କଂଗ୍ରସ ଦଳର କନ୍ଧମାଳର ପୁର୍ବତନ ସାଂସଦ ପାର୍ଥୀ ମନୋଜ କୁମାର ଆଚାର୍ଯ୍ୟ କହିଛନ୍ତି ଏହା ରାଜ୍ୟ ସରକାରଙ୍କ ପ୍ରଚାରପ୍ରଶାର ହେଉଛି ଓ ସଂପୁର୍ଣ୍ଣ ଭାବରେ ଆଚରଣ ବିଦ୍ଧି ଉଲଂଘନ କରାଯାଉଛି ବୋଲି କହିଛନ୍ତି । ବିଜେପିର ଜିଲ୍ଲା ସଭାପତି ଜଗନ୍ନାଥ ସାହୁ କହିଛନ୍ତି ଯେ ଏନଏସି ଦ୍ୱାରା କରାଯାଉଥିବା ଜାଗା ସର୍ମ୍ପକ ବୈଠକକୁ ନେଇ ଆମେ ଗତ କାଲି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ ତଥାପି ଆଜି ପୁଣି ସେହି ବୈଠକ କରାଯାଇଛି ଯାହାକି ସଂପୁର୍ଣ୍ଣ ଭାବରେ ଆଚରଣ ବିଦ୍ଧି ଉଲଂଘନ ହେଉଛି ଜିଲ୍ଲାପାଳ ଏଥିି ପ୍ରତିଦୃଷ୍ଟି ଦେବାକୁ କହିଛନ୍ତି । ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦ୍ୱାୟୀତ୍ୱରେ ଥିବା ଅଧିକାରୀଙ୍କ ସହ ଯୋଗାଯୋଗ କରିବା ସମ୍ଭବ ହୋଇ ନପାରିବାରୁ ଏନଏସି କର୍ମଚାରୀ ମାନଙ୍କୁ ଏ ନେଇ ପଚାରିବାରୁ ସେମାନେ କହିଛନ୍ତି ଯେଆମ କାର୍ଯ୍ୟାଳୟ ଦ୍ୱାରା ଜାଗା ସର୍ମ୍ପକକୁ ନେଇ ବୈଠକ କରାଯାଉଛି,ଏହା ସରକାରଙ୍କ ନିର୍ଦ୍ଧେଶ ପ୍ରକାରେ କରାଯାଇଛି ଓ କମଲୋକଙ୍କୁ ନେଇ କରାଯାଇଛି ବୋଲି କହିଛନ୍ତି । ଏପରି ବୈଠକ ଆଗାମି ଦିନରେ କରାଯାଏ ତେବେ ବିରୋଧିଦଳ ଏହାକୁ ବିରୋଧ କରିବେ ବୋଲି କହିବା ସହ କରୋନା ସଂକ୍ରମଣ ବିବଢିବା ଆଶଙ୍କା ରହିଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ।