ବାଲିଗୁଡା କୋର୍ଟରେ ସ୍ୱଚ୍ଛ ଭାରତ ଅଭିଯାନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ବିଚାରାଳୟ ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲା କୋର୍ଟର ବିଚାରପତି ଶୁଭଦର୍ଶୀ ପଟ୍ଟନାୟକ, ସବଜଜ କୋର୍ଟର ବିଚାରପତି ଡ଼. ସଂଘମିତ୍ରା ଦାସ, ଏସଡିଜେଏମ କୋର୍ଟ ର ବିଚାରପତି ଚିନ୍ମୟୀ ଜେନା, ଜେଏମଏଫଏସି କୋର୍ଟର ବିଚାରପତି ଶୀତଳ ବର୍ଷା ଙ୍କ ସମେତ କୋର୍ଟର ସମସ୍ତ ଓକିଲ ମାନେ ଉପସ୍ଥିତ ରହି ଏହି ସ୍ୱଚ୍ଛ ଭାରତ ଅଭିଯାନ ରେ ସାମିଲ ହୋଇଥିଲେ l


