ବାଲିଗୁଡା ଠାକୁରାଣୀ ଯାତ୍ରା ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଠାକୁରାଣି ଯାତ୍ରା ମାତ୍ର ଆଉ ଦିନ । ଯେତିକି ଦିନ ସରିସରି ଆସୁଛି ସେତିକି ପଟୁଆର ବଢିଆସୁଛି ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଚିତାର୍କଶ ହେଉଛି ।ଯାତ୍ରା ୧୯ ଦିନରେ ପହଁଚିଛ,ଯାତ୍ରା ଆଉ ଦୁଇଦିନି । ମା ଆଜି ଗୁରୁବାର ଥିବାରୁ ପରିଭ୍ରମଣରେ ଯିବେନାହିଁ ଅସ୍ଥାୟୀ ପିଠରେ ହିଁ ପୁଜା ପାଇବେ । ରିତିନିତି ପ୍ରକାରେ ପୁଜାର୍ଚ୍ଚନା ହେଉଛି । ଏବଂ ସଂନ୍ଧ୍ୟା ଆଳତୀରେ ପ୍ରବଳ ଭକ୍ତମାନଙ୍କ ସମାଗମ ହେଉଥିବା ଦେଖାଯାଉଛି । ଆଜି ଅସ୍ଥାୟୀ ପିଠରେ ଗଂଜାମ ଜିଲ୍ଲାରରଜାନାଟ ପରିବେଷଣ କରାଯାଇଛି ।ଅପରପଟେ ରଙ୍ଗାରଂଙ୍ଗ କାର୍ଯ୍ୟନିମନ୍ତେ ଆଜି ମଣ୍ଟୁ ଛୁରିଆଙ୍କ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମର ଉଦଘାଟନ ନିମନ୍ତେ ମୁଖ୍ୟ ଅତିଥୀ ଭାବେ କୋଟଗଡ ସାଂସଦ ପ୍ରତିନିଧି ମନୋଜ କୁମାର ସାବତ ହୋଇଥିବାବେଳେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ନାରାୟଣୀ ଠାକୁôାଣି ଯାତ୍ରାର ସଭାପତି ଶୁଧାଂଶୁ ସେନାପତ ିଓ ଦୁର୍ଗା ତ୍ରିପାଠୀ,ଉପସଭାପତି ସୁଜିତ କୁମାର ବେହେରାସମ୍ପାଦକସୁଧାଂଶ ଏବଂ କୋଷାଦକ୍ଷ ରମେଶ ମହାନ୍ତି ପ୍ରମୁଖ ମଂଚାସୀନ ହୋଇ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ।ମା ପାଟଖଣ୍ଡା ଦୁର୍ଗା ପୁଜା ସମିତିର ସଭାପତି ଲୋକନାଥ ପାଢୀ,ସମ୍ପାଦକ ଭଗବତୀ ପ୍ରସାଦ ସାବତ,ଯୁଗ୍ମସମ୍ପାଦକ ସୁଜିତ କୁମାର ପାଳ ପ୍ରମୁଖ ମଂଚାସୀନ ଥିଲେ ଏବଂ ଅଧ୍ୟାପକ ଡା ଶୁସାନ୍ତ କୁମାର ଦାସ । ଛୁରିଆଙ୍କ ଗୀତରେ ଝୁମିଲେ ଓ ନାଚିଲେ ଦର୍ଶକ ।ମାଙ୍କ ଦର୍ଶନ ମେଲୋଡି ଦେଖିବା ପାଇଁ ଆଖପାଖ ଅଂଚଳରୁ ପ୍ରବଳ ଜନସମାଗମ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ