ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ୧୬ ଓ ୧୮ରେ ମତଦାନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ପଂଚାୟତ ନିର୍ବାଚନ ପାଇଁ ମତଦାନ ତାରିଖ ସହ ଭୋଟଗଣତି ଓ ଅନ୍ୟାନ୍ୟ ପ୍ରକ୍ରିୟା ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ବିଭାଗ । ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ଫେବୃୟାରୀ ୧୬ ଓ ୧୮ ତାରିଖରେ ହେବ ମତଦାନ । ପ୍ରଥମ ପର୍ଯ୍ୟାୟରେ ବାଲିଗୁଡା ଓ କ.ନୁଆଗାଁରେ ଫେବୃୟାରୀ ୧୬ରେ ମତଦାନ ହେବାକୁ ଥିବା ବେଳେ ତୁମୁଡିବନ୍ଧ ଓ କୋଟଗଡରେ ୧୮ତାରିଖରେ ମତଦାନ କରିବା ତାରିଖ ଘୋଷଣା କରାଯାଇଛି । ଏହାକୁ ନେଇ ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ପଂଚାୟତ ସହ ଗାଁ ମାନଙ୍କରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ବର୍ତମାନ କେଉଁ ଦଳର କିଏ ପାର୍ଥୀ ହେବ ତାହାର କଳ୍ପନା ଜଳ୍ପନା ଚାଲିଛି ଓ ସମସ୍ତ ରାଜନୈତିକ ଦଳ ମାନଙ୍କର ମୁଖିଆ ଓ କର୍ମିମାନେ ଗାଁ ମୁହାଁ ହୋଇଛନ୍ତି ନିଜ ନିଜ କର୍ମି ମାନଙ୍କୁ ନେଇ ବୈଠକ କରୁଛନ୍ତି । ବାଲିଗୁଡା ବ୍ଲକରେ ଆସନ୍ତା ୧୬ ତାରୀଖରେ ଭୋଟ ପାଇଁ ମତଦାନ ରହିଅଛି । ବାଲିଗୁଡା ବ୍ଲକରେ ୧୪ ପଂଚାୟତ ରହିଥିବା ବେଳେ ୧୪ ପଂଚାୟତରେ ମୋଟ ୱାର୍ଡ ୧୮୩ଟି ରହିଅଛି । ବାଲିଗୁଡା ବ୍ଲକରେ ଦୁଇଟି ଜିଲ୍ଲା ପରିଷଦ ଜୋନ ରହିଅଛି । ଜୋନ ନ୧୫ରେ ବାଲିଗୁଡା ୧ରେ ୮ଟି ପଂଚାୟତ କୁଟିକିଆ,ଖମନଖୋଲ,ବାରଖମା,ସଲାଗୁଡା,ସିନ୍ଦ୍ରିଗାଁସୁଡ୍ରା,ଲଣ୍ଡାଗାଁ ଓ ରେବିଙ୍ଗିଆ ରହିଅଛି ୧୦୯ ୱାର୍ଡ ରହିଛି ଓ ଏହି ଜୋନର ମୋଟ ଭୋଟର ସଂଖ୍ୟା ୨୩୮୪୧ରହିଅଛି । ସେହିଭଳି ଜୋନ୧୬ ବାଲିଗୁଡା୨ରେ ୬ଟି ପଂଚାୟତ ପରମପାଙ୍ଗା,ଦଡକଙ୍ଗିଆ,ବାଟାଗୁଡା,ବୁଡ୍ରୁକିଆ,ମିଡିଆକିଆ ଓ ଋତୁଙ୍ଗିଆ ରହିଅଛି ଓ୭୪ଟି ୱାର୍ଡ ରହିଛି ଏହି ଜୋନର ମୋଟ ଭୋଟର ସଂଖ୍ୟା ୧୪୨୯୫ ରହିଅଛି ।ବାଲିଗୁଡା ବ୍ଲକରେ ସମୁଦାୟ ଭୋଟର ସଂଖ୍ୟା ୩୮୧୩୬ ଅଛନ୍ତି । ବାଲିଗୁଡା ବ୍ଲକରେ ଅଧକ୍ଷ ଭାବେ କଂଗ୍ରେସ ଦଳ ଅକ୍ତିଆର କରିଥିଲା । କିନ୍ତୁ ଆସନ୍ତା ନିର୍ବାଚନରେ କଂଗ୍ରେସ ଓ ବିଜେଡି ଦୁଇ ଦଳ ବ୍ଲକକୁ ହାତେଇବା ପାଇଁ ଚେଷ୍ଟା କରୁଛନ୍ତି ଏଥି ନିମନ୍ତେ ରଣ କୌଶଳ ଆରମ୍ଭ କରି ସମସ୍ତ ପଂଚାୟତରେ ଲୋକ ପ୍ରୀୟ ସମିତିସଭ୍ୟ ଓ ସରପଂଚକିୁ ପାର୍ଥୀ କରିବା ନିମନ୍ତେ ସଜବାଜ ହେଉଛନ୍ତି । କୋଟଗଡ ବ୍ଲକରେ ଆସନ୍ତା ୧୮ ତାରିଖରେ ମତଦାନ ରହିଅଛି ,ଏହି ବ୍ଲକରେ ୧୫ଟି ପଂଚାୟତ ଓ ୧୮୨ଟି ଓାର୍ଡ ରହିଅଛି ଏବଂ ମୋଟ ଭୋଟର ସଂଖ୍ୟା ୩୩୭୩୪ ରହିଛନ୍ତି ।ତୁମୁଡିବନ୍ଧ ବ୍ଲକରେ ୧୮ ତାରିଖରେ ମତଦାନ ଥିବା ବେଳେ ଏହି ବ୍ଲକରେ ୧୧ଟି ପଂଚାୟତ ରହିଅଛ,ସମୁଦାୟ ଓାର୍ଡ ୧୩୯ ଟି ରହିଅଛି୪୪ହଜାର ଭୋଟର ରହିଛନ୍ତି । କ.ନୁଆଗାଁ ବ୍ଲକରେ ପଂଚାୟତ ୧୪ଟି ଥିବାବେଳେ ୧୭୭ଟି ଓାର୍ଡ ରହିଅଛି ।


