ବାଲିଗୁଡା ପ୍ରାଥମିକ ଶିକ୍ଷକ ସଂଗ ଦ୍ୱାରା ଗୁରୁଦିବସ ପାଳନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗୁରୁ ଦିବସ ପାଳନ ଓ ବିଦାୟ କାଳିନ ସମ୍ବର୍ଦ୍ଦନା ଉତ୍ସବ ସ୍ଥାନୀୟ ବନବାସୀ ସେବା ସମିତି ପରିସରରେ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ପାଳନ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥୀ ଭାବେ ମହେଶ୍ୱର ମାଝୀ ଗୋଷ୍ଠି ଶିକ୍ଷା ଅଧିକାରୀ,ମୁଖ୍ୟ ବକ୍ତାଭାବେ ପ୍ରଭାକର ତ୍ରୀପାଠୀ ସହ ଗୋଷ୍ଠିଶିକ୍ଷା ଅଧିକାରୀ ଓ ସମ୍ମାନୀତ ଅତିଥୀ ଭାବେ ବଂଶୀଧର ସାହୁ ସହ ଗୋଷ୍ଠିଶିକ୍ଷା ଅଧିକାରୀ, ରାଜେନ୍ଦ୍ର ପାତ୍ର ଉପ ସଭାପତି ରାଜ୍ୟ ଶିକ୍ଷକ ସଂଘ,ବିଦେଶୀ ନାୟକ ସମ୍ପାଦକ ରାଜ୍ୟ ଶିକ୍ଷକ ସଂଘ,ଚନ୍ଦ୍ର ଭାନୁ ଭୋଇ ସଂପାଦକ ଜିଲ୍ଲାପରିଷଦ ଶିକ୍ଷକ ସଂଘ, ଦୈତାରୀ ପରିଡା ବ୍ଲକ ପ୍ରାଥମିକ ସଂଘ ପ୍ରମୁଖ ମଂଚାସୀନ ଥିଲେ । ଗୁରୁ ଦିବସର ମହତ୍ୱ ଉପରେ ଆଲୋକପାତ କରିଥିଲେ ।ଗୁରୁ ଦିବସର ଉଦ୍ଦେଶ୍ୟ ଜ୍ଞାପନ ଓ ସର୍ମ୍ବଦ୍ଧନା ପଠନ ସସ୍ମିତା ପଣ୍ଡା କରିଥିବା ବେଳେ ଅତିଥି ପରିଚୟ ଶିଶିରକାନ୍ତ ପଣ୍ଡା କରିଥିଲେ ।ଏଥିରେ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବିଦାୟକାଳିନ ସମ୍ବର୍ଦ୍ଧନା କରିଥିଲେ । ଶେଷରେ ପଦ୍ମ ଲୋଚନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।