ବାଲିଗୁଡା ବସଷ୍ଟାଣ୍ଡରେ ପୋଲିସ ବିଟ ଗୃହ ଉଦଘାଟନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡା ବସଷ୍ଟାଣ୍ଡ ପରିସରରେ ପୋଲିସ ପ୍ରଶାସନ ତରଫରୁ ଏକ ପୋଲିସ ବିଟ ଗୃହ ଉଦଘାଟନ ହୋଇଯାଇଛି ।ପୋଲିସ ବିଟ ଗୃହକୁ ନଡିଆ ଭାଙ୍ଗି ରିବନ କାଟିି ଉଦଘାଟନ କରିଛନ୍ତି ସ୍ଥାନୀୟ ବିଧାୟକ ଚକଜ୍ରମଣି କହଁର ।ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଏସପି ଭିନିତ ଅଗ୍ରୱାଲ,ଉପଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ର,ସ୍ଥାନୀୟ ଆଇଆଇସି ପ୍ରଶାନ୍ତ କୁମାର ବେହେରା ଓ ଏନଏସି ଅଧକ୍ଷ ଲୋକନାଥ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ନ୍ୱସରେ ବସଷ୍ଟାଣ୍ଡକୁ ଆସୁଥିବା ଲୋକମାନଙ୍କର ଯଦୀ କିଛି ଆସୁବିଦା ହୁଏ କିମ୍ବା ଦୁର୍ଘଟଣା ହୁଏ ତେବେ ଏହି ବିଟ ହାଉସରୁ ଲୋକେ ତୁରନ୍ତ ସେବା ପାଇ ପାରିବେ ।ଏହାକୁ ନେଇ ଅଂଚଳବାସୀ ଖୁସୀ ହେବା ସହ ବସଷ୍ଠାଣ୍ଡରେ ଆଉ କିଛି ଅସୁବିଧା ହେବ ନାହିଁ ବୋଲି ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ