ବାଲିଗୁଡା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ନଗର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | କଳାହାଣ୍ଡି ଜିଲ୍ଲା ର ସନ ସାଇନ ପବ୍ଲିକ ସ୍କୁଲ ର ଅଧକ୍ଷ୍ୟା ତଥା ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଗାନ୍ଧୀ ଛକ ଠାରେ ବାଲିଗୁଡା ନଗର ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି lଶିକ୍ଷୟତ୍ରୀ ମମିତା ମେହେର ଙ୍କୁ ଅପହରଣ ଓ ଜୀବନ୍ତ ଜାଳିଦେଇ ହତ୍ୟା ଘଟଣା ରେ ସମ୍ପୃକ୍ତ ଥିବା ଅଭିଯୋଗରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଏବଂ ଗିରଫ ଦାବି କରିଛି ବିଜେପି ଯୁବମୋର୍ଚା l ବାଲିଗୁଡା ଯୁବମୋର୍ଚା ସଭାପତି ସୁଭାଶିଷ ମିଶ୍ର ଙ୍କ ନେତୃତ୍ୱ ରେ ସ୍ଥାନୀୟ ହନୁମାନ ମନ୍ଦିର ରୁ ପଦଯାତ୍ରା ରେ ବାହାରି ଗାନ୍ଧୀ ଛକ ରେ ପହଂଚିଥିଲା l ସେଠାରେ ଦଳୀୟ କର୍ମୀ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ଇସ୍ତଫା ଦାବିକରିବା ସହ ଯୁବମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି l ଏହି ବିକ୍ଷୋଭ ପ୍ରଦର୍ଶନ ରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ବାଲିଗୁଡା ନଗର ସାଧାରଣ ସମ୍ପାଦକ ଆଦିକନ୍ଦ ପଟନାୟକ, ରମାନନ୍ଦ ଘଡେଇ, ଯୁବମୋର୍ଚ୍ଚ ନଗର ଉପସଭାପତି ରୋମ୍ୟ ଜିତ ପଣ୍ଡା, ସମ୍ପାଦକ ଆଶିଷ କୁମାର ସାହୁ, ସମେତ ବହୁ ବିଜେପି କର୍ମୀ ଏହି ବିକ୍ଷୋଭ ପ୍ରଦର୍ଶନ ରେ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ